ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ପଛ ଭୋଗ ମଣ୍ଡପରେ ଏହି ଗୁପ୍ତନୀତି କରାଯିବ। ୪ ଘଣ୍ଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ ବନକଲାଗି ନୀତି ହେବ।

ଆଡ଼ପ ମଣ୍ଡପରେ ଲିଳାଖେଳା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁରୁବାର ଭକ୍ତମାନେ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଛନ୍ତି। ସେହିପରି ଆଜି ବନକଲାଗି ନୀତି କରାଯିବ ଓ କାଲି ମହାପ୍ରଭୁଙ୍କ ହେରାପଞ୍ଚମୀ କରାଯିବ।

୪ ଘଣ୍ଟା ଧରି ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଦତ୍ତମହାପାତ୍ର ସେବାୟତ ରଙ୍ଗ କରିବେ। ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହେବ। ନୀତିକାନ୍ତି ପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। କେବଳ ସେବାୟତଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି। ସେହିପରି ବାହୁଡ଼ା ଦିନ ମଧ୍ୟ କୌଣସି ଭକ୍ତଙ୍କୁ ବଡ଼ଦାଣ୍ଡକୁ ପ୍ରବେଶ କରାଯିବ ନାହିଁ।

Comment