ଓଡ଼ିଶାଲାଇଭ୍ ବ୍ୟୁରୋ

curd-1

ଆମେ ଜାଣୁ ଦହି ହେଉଛି ଏକ ପୁଷ୍ଟିକର ଆହାର। ଏଥିରେ ଭରି ରହିଛି ଭିଟାମିନ୍, କ୍ୟାଲସିୟମ ଏବଂ ପ୍ରୋଟିନ୍ ଇତ୍ୟାଦି। ତେଣୁ ପ୍ରତ୍ୟକ ଦିନ ନିଜ ଖାଦ୍ୟରେ ଦହି ସାମିଲ୍ କଲେ ଆପଣଙ୍କ ଶରୀରକୁ ମିଳିବ ଆବଶ୍ୟକୀୟ ପୋଷଣ। ତେବେ ଦହିକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ। ଶରୀରକୁ ପୋଷଣ ଯୋଗାଇବା ସହ ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ।

ହଜମ ଶକ୍ତି ବଢ଼ାଏ 

ଦହି ଏକ ଥଣ୍ଡାଜାତୀୟ ଖାଦ୍ୟ ହୋଇଥିବାରୁ ଏହା ବିଭିନ୍ନ ପ୍ରକାର ପେଟ ସମସ୍ୟା ଯଥା ଏସିଜିଟି, ପୋଡ଼ାଜଳାରୁ ରକ୍ଷା କରେ। ଦହିରେ ରହିଛି ପ୍ରୋବାୟୋଟିକ୍ ଗୁଣ ଏବଂ ବ୍ୟାକ୍ଟେରିଆ ଯାହା ଖାଦ୍ୟ ହଜମ ପ୍ରକ୍ରିୟାକୁ ସୁଦୃଢ଼ କରାଏ। ଏହା ବ୍ୟତୀତ ଏହି ଖାଦ୍ୟ ହଜମ ହେବା ପାଇଁ ମଧ୍ୟ କମ ସମୟ ଲାଗିଥାଏ।

 

କେଶକୁ ମଜବୁତ କରିଥାଏ

ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ ଯାହା କେଶ ପାଇଁ ବେଶ୍ ଲାଭଦାୟକ। ଏହା ଖାଇବା ଦ୍ୱାରା ପ୍ରୋଟିନ୍ ଅଭାବରୁ କେଶ ଉପୁଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା କେଶକୁ ପୋଷଣ ଯୋଗାଇବା ସହ ଲମ୍ବା, ଘନ ଏବଂ କୋମଳ କରିଥାଏ।

curd-2

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଦହିରେ ଥିବା ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡେଣ୍ଟ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏଥିରେ ଫାଇବରର ପରିମାଣ କମ ଥିବାରୁ ଏହା ଶୀଘ୍ର ହଜମ ହୋଇଯାଏ।

ଚିନ୍ତାରି ମୁକ୍ତି ମିଳେ

ଦହି ଖାଇବା ଦ୍ୱାରା ମନକୁ ଶାନ୍ତି ମିଳିବା ସହ ଚିଡ଼ିଚିଡ଼ାପଣରୁ ମଧ୍ୟ ମୁକ୍ତି ମିଳେ। ଏହା ମାନସିକ ଶାନ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

curd-3

ଉଜ୍ୱଳ ତ୍ୱଚା ପାଇଁ ଜରୁରୀ

ଚେହେରା ଚମକ ଆଣିବା ପାଇଁ ବିଭିନ୍ନ ଉପାୟରେ ଦହି ବ୍ୟବହାର ହୋଇଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଟାକୁ ମଧ୍ୟ ଫାଇଦା ମିଳେ। ଏହା ତ୍ୱଚାକୁ ଭିତରୁ ସଫା କରିବା ସହ ତ୍ୱଚାରେ ଚମକ ଆଣିଥାଏ। ଦହି ପାଚନ ପ୍ରକ୍ରିୟାକୁ ଠିକ୍ କରିବା ଦ୍ୱାରା ଏହାର ପ୍ରଭାବ ଚେହେରା ଉପରେ ପଡ଼ିଥାଏ। ମୁହଁରୁ ଦାଗ, ବ୍ରଣ ଦୂର କରିବା ସହ ଏହାକୁ କୋମଳ କରିଥାଏ।

ଦାନ୍ତକୁ ମଜବୁତ କରେ

ଦହିରେ ଥିବା କ୍ୟାଲସିୟମ୍ ଦାନ୍ତ ପାଇଁ ଅତ୍ୟନ୍ତ ଲାଭଦାୟୀ। ଏହା ଦାନ୍ତ ସହ ହାଡ଼ ଏବଂ ମାଂସପେଶୀକୁ ମଧ୍ୟ ଶକ୍ତି ଯୋଗାଇଥାଏ।

Comment