ଓଡ଼ିଶାଲାଇଭ୍‌ ବ୍ୟୁରୋcorona monsoon-3

ସାଧାରଣତଃ ବର୍ଷାଦିନେ ହୋଇଥାଏ ବହୁ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟ।। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏପରି କିଛି ଜିନିଷ ରହିଛି, ଯାହାକୁ ବର୍ଷା ଦିନେ ଖାଇବା ଫଳରେ ଅନେକ ଲାଭ ମିଳିଥାଏା ସେ ସମ୍ପକରେ ଅସନ୍ତୁ ଜାଣିବା-

ବର୍ଷାଦିନଗୁଡ଼ିକରେ ଆପଣ ତୁଳସୀ ପତ୍ରକୁ ବାଟି ତା’ ରସ ପିଇପାରିବେ।

ଏହାସହ ଗୁଡ଼ କିମ୍ବା ମହୁ ମିଶାଇ ପିଇପାରିବ। ନଚେତ୍ ଚା’ରେ ପକାଇ ହର୍ବାଲ ଟି ପ୍ରସ୍ତୁତ କରିପାରିବ। ଏହା ଦ୍ୱାରା ଥଣ୍ଡା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏା

ବର୍ଷା ଦିନେ ଅଧିକ ମାତ୍ରାରେ ରସୁଣ ଖାଇବା ଜରୁରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏା ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏା

ଏହି ଦିନେ ପଇଡ଼ ପାଣି ମଧ୍ୟ ପ୍ରତିଦିନ ପିଇବା ଫଳରେ ଅନେକ ଲାଭ ମିଳିଥାଏା ପେଟ ଜନିତ ଅନେକ ସମସ୍ୟାରୁ ପଇଡ଼ ପାଣି ରକ୍ଷା କରିଥାଏା

ବର୍ଷା ଦିନେ ପେଟ ଯନ୍ତ୍ରଣାରୁ ମୁକ୍ତ ପାଇବା ପାଇଁ ଜିରା ଖାଇବା ଲାଭଦାୟକ ହୋଇଥାଏା ଏହି ଦିନରେ ହଜମ ଶକ୍ତି କମ୍ ହୋଇଥିବାରୁ ପେଟରେ ଯନ୍ତ୍ରଣା ଦେଖାଦେଇଥାଏା ତେଣୁ ପ୍ରତିଦିନ ଖାଲି ପେଟରେ ୧ ଚାମଚ ଜିରା ଖାଇବା ଆବଶ୍ୟକ।

ପାଚିଲା ଆମ୍ବ ମଧ୍ୟ ଏହି ଦିନରେ ଅତ୍ୟନ୍ତ ଜରୁରୀ ହୋଇଥାଏା ଯାହା ଫଳରେ ପଚନ ତନ୍ତ୍ର ମଜଭୁତ ହୋଇଥାଏା

Comment