ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ବୁଧବାର ଦିନ ଜିଲ୍ଲାପାଳ ୱାର୍ଡ ନମ୍ବର ୧, ୨ ଓ ୩ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ୱାର୍ଡରେ ଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ୱାର୍ଡରେ ଥିବା ସମସ୍ୟା ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ ରାଣୀ ବଗିଚା ୧ ନମ୍ବର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ସମାଧାନ କରିଥିଲେ। ଏହାସହ ସମ୍ପୃକ୍ତ ୱାର୍ଡରେ ନଦୀରେ  ଘାଟ ନିର୍ମାଣ ପାଇଁ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଣୀ ବଗିଚାରୁ ମହାଦେବପଡ଼ାକୁ ପିଏଚଡି ପମ୍ପ ହାଉସ ଦେଇ ଯାଇଥିବା ରାସ୍ତାର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

୩ ନମ୍ବର ୱାର୍ଡରେ ଶୌଚାଳୟ ନିର୍ମାଣ ସାଙ୍ଗକୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବା ପାଇଁ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ତହସିଲଦାର ଯୋଗେଶ୍ୱର ଭୋଇ, ସୁନ୍ଦରଗଡ଼ ପୌରପାଲିକା ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର, ୱେସ୍କୋ ନିର୍ବାହୀ ଯନ୍ତ୍ରୀ, ପିଡବ୍ଲ୍ୟୁଡି ଏସ୍‌ଡିଓ, ପିଏଚ୍‌ଡି ଏସ୍‌ଡିଓ ପ୍ରମୁଖ ଉପସ୍ଥିତ ଥିଲେ।

Comment