ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିବେ।

ଟାହିଆ ଲଗାଇ ସେବାୟତଙ୍କ ଗହଳିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନବେଦୀରେ ବିଜେ କରିବେ। ଏଥିସହ ଏ ବର୍ଷର ରଥଯାତ୍ରା ସମ୍ପୂର୍ଣ୍ଣ ହେବ।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ରଥଯାତ୍ରା ପାଳନ କରାଯାଉଛି। ଭକ୍ତମାନଙ୍କୁ ଏଥର ସ୍ୱଚକ୍ଷୁରେ ନିଜର ଭଗବାନଙ୍କୁ ଦେଖିବାକୁ ବାରଣ କରାଯାଇଛି। ଭକ୍ତମାନେ ଟିଭି ଓ ଡିଜିଟାଲ୍ ମିଡିଆରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଦେଖୁଛନ୍ତି।

ମହାପ୍ରଭୁଙ୍କ ଏହି ନୀଳାଦ୍ରି ବିଜେ ଯାତ୍ରାକୁ ଆପଣମାନେ ଓଡ଼ିଶାଲାଇଭର ୟୁଟ୍ୟୁବ ଓ ଫେସବୁକ ପେଜରେ ଦେଖିପାରିବେ।

Comment