ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ବିଏମସି ଅଫିସରେ କରୋନା
  • ୨ ଜଣ ଇଞ୍ଜିନିୟର ଓ ଜଣେ ଗାଡ଼ି ଡ୍ରାଇଭର ପଜିଟିଭ୍
  • ଇଞ୍ଜିନିୟରିଂ ବିଭାଗକୁ କରାଗଲା ସିଲ୍

ବିଏମସି ଅଫିସରେ ପଶିଲା କରୋନା। ଭୁବନେଶ୍ୱର ମହାନଗର ନିଗମର ୨ ଜଣ ଇଞ୍ଜିନିୟର ଓ ଜଣେ ଗାଡ଼ି ଡ୍ରାଇଭର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।

ଏହି ଆକ୍ରାନ୍ତମାନେ କିଛି ଦିନ ତଳେ ଛୁଟି ନେଇ ଅଲଗା ଜିଲ୍ଲାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେମାନେ ପଜିଟିଭ୍ ଥିବା ଜଣାପଡ଼ିଛି।

ପଜିଟିଭ୍ ଥିବା ଜଣାପଡ଼ିବା ପରେ ବିଏମସି ଅଫିସର ଇଞ୍ଜିନିୟରିଂ ବିଭାଗକୁ ସିଲ୍ କରାଯାଇଛି। ଏଥିସହ କିଛି କର୍ମଚାରୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

Comment