ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ପ୍ରବେଶ ନିଷେଧ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନ୍ୟ ଜିଲ୍ଲାର କୌଣସି ଲୋକ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଏଥିସହ ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥରେ ମଧ୍ୟ ପୋଲିସ୍ ମୁତୟନ କରାଯାଇଛି।

ଯଦି କେହି ବ୍ୟକ୍ତି ସ୍ୱାସ୍ଥ୍ୟଗତ କାରଣ କିମ୍ବା ଅନ୍ୟ କୌଣସି କାରଣରୁ ଜିଲ୍ଲା ବାହାରକୁ ଯିବାକୁ ଚାହେଁ କିମ୍ବା ପୁରୀକୁ ଆସିବାକୁ ଚାହେଁ ତେବେ ତାଙ୍କୁ ନିର୍ଦ୍ଧିଷ୍ଟ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ବୋଲି କୁହାଯାଇଛି।

ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୯୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବି ୮୨ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। ଅନ୍ୟପଟେ ଜିଲ୍ଲାରେ ଜଣେ କରୋନା ରୋଗୀ ପ୍ରାଣ ମଧ୍ୟ ହରାଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment