ଡ଼ିଶାଲାଇଭ ବ୍ୟୁରୋ

ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି। ପ୍ରତିଦିନ ରାଜ୍ୟରେ ପ୍ରାୟ ୫୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମ ଥର ପାଇଁ ଆଜି ରାଜ୍ୟର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା କମିଟିର ବୈଠକ ବାତିଲ କରାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

‘‘ଗତ ମାର୍ଚ୍ଚ ୩୦ ତାରିଖରେ ବିଧାନସଭା କମିଟିର ବୈଠକ ବସିଥିଲା। ୬ ମାସ ଭିତରେ ବୈଠକ ବସିବା କଥା। କିନ୍ତୁ ବର୍ତ୍ତମାନ ଆମ ଦେଶ ଏବଂ ରାଜ୍ୟରେ କରୋନା ସ୍ଥିତି ଯେମିତି ରହିଛି ସେଭିତରେ ବୈଠକ କରିବା ସମ୍ଭବ ନୁହେଁ। ଲୋକସଭା ବାଚସ୍ପତି ଏବଂ ରାଜ୍ୟପାଳଙ୍କ ସହ ଆଲୋଚନା କରିବା ପରେ ବିଧାନସଭା କମିଟିର ସମସ୍ତ ବୈଠକ ବାତିଲ କରାଯାଇଛି। ପରେ ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା କରିବା ପରେ ବୈଠକ ନେଇ ସୂଚନା ଦିଆଯିବ’’, କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

Comment