ଓଡ଼ିଶାଲାଇଭ୍ ବ୍ୟୁରୋ

Depressed woman sitting on a chair in dark room at home. Lonly , sad, emotion concept.

ଡିପ୍ରେସନ୍ ହେଉଛି ମଣିଷର ଏକ ମାନସିକ ସ୍ଥିତି ବା ରୋଗ। ବର୍ତ୍ତମାନ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ବଢ଼ିଚାଲିଛି ସଂଘର୍ଷ। କ୍ୟାରିୟର ହେଉ ବା ପରିବାର ସମସ୍ୟା, ଆର୍ଥିକ ବା ବ୍ୟକ୍ତିଗତ ସମସ୍ୟା ସବୁଠି ମଣିଷକୁ ଲଢ଼ିବାକୁ ପଡ଼େ। ହେଲେ ଯେବେ ଏହି ସବୁ ସମସ୍ୟା ମଣିଷକୁ ମାନସିକ ସ୍ତରରେ ଦୁର୍ବଳ କରିବାକୁ ଲାଗେ ସେବେ ଏହି ଅବସ୍ଥାକୁ ଡିପ୍ରେସନର ନାମ ଦେଇପାରିବା। ଯିଏ ଏହିସବୁ ଚିନ୍ତାରୁ ନିଜକୁ କାଢ଼ିବାରେ ସମର୍ଥ ହୁଏ ସେ କୌଣସି ବିଜେତାଠାରୁ କମ ନୁହେଁ। ଆଉ କେହି କେହି ଏହି ଯୁଦ୍ଧରେ ହାରିଯାଇ କିଛି ଭୁଲ୍ ରାସ୍ତା ଆପଣାନ୍ତି।

ବିଭିନ୍ନ କାରଣ ଯୋଗୁଁ ମଣିଷ ଡିପ୍ରେସନର ଶିକାର ହୋଇଥାଏ। ମାନସିକ ସ୍ତରରେ ଅତି ଦୂର୍ବଳ ହୋଇଯିବାକୁ ମଧ୍ୟ ଡିପ୍ରେସନ କୁହାଯାଇପାରିବ। ଜୀବନରେ ଘଟିଥିବା କିଛି ଅଘଟଣ ବା ବଡ଼ ପରିବର୍ତ୍ତନ ସହ ଏକାକୀତା, କାମର ବୋଝ, ହରମୋନରେ ପରିବର୍ତ୍ତନ, ଅତ୍ୟଧିକ ଚିନ୍ତା ଆଦି ବିଭିନ୍ନ କାରଣ ଯୋଗୁଁ ଡିପ୍ରେସନ ହୋଇଥାଏ। ବେଳେ ବେଳେ ଖାଦ୍ୟ ଖାଇବାରେ ଅନିମିତତା ମଧ୍ୟ ଡିପ୍ରେସନର କାରଣ ହୋଇପାରେ।

ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଲକ୍ଷଣ-

  • ଅତ୍ୟଧିକ ଚିନ୍ତାଗ୍ରସ୍ତ ରହିବା
  • ଠିକସେ ନିଦ ନ ହେବା
  • ସବୁବେଳେ ଉଦାସ ରହିବା
  • ନେଗେଟିଭ୍ ଚିନ୍ତାଧାରା ବଢ଼ିବା
  • ଭବିଷ୍ୟତ ବିଷୟରେ ସବୁବେଳେ ଭାବି ଚିନ୍ତାରେ ରହିବା।

depression-1

  • ଅତ୍ୟଧିକ ବା ଅତିକମ ଭୋକ ଲାଗିବା
  • ଛୋଟ ଛୋଟ କଥାରେ ଜଲଦି ରାଗିଯିବା
  • ଜାଣିସୁଣି ନିଜକୁ କଷ୍ଟ ଦେବା
  • ଆତ୍ମହତ୍ୟା କରିବା ଭଳି ଭାବନା ମନକୁ ଆସିବା

ତେବେ ଏଥିମଧ୍ୟରୁ କିଛିଟା ଲକ୍ଷଣ ସାଧାରଣ ହୋଇପାରେ। କିନ୍ତୁ ଯଦି ଏପରି ସବୁ ଲକ୍ଷଣ ଦେଖାଦେଉଛି ତେବେ ସାଙ୍ଗେ ସାଙ୍ଗେ କୌଣସି ଡାକ୍ତରଙ୍କ ପରାମର୍ଶ ନେବା ସହ ନିଜ ବନ୍ଧୁ ପରିବାରବର୍ଗଙ୍କ ସହ ଆଲୋଚନା କରନ୍ତୁ। ଡିପ୍ରେସନ ଭଳି ସ୍ତରରୁ ବାହାରିବା କଠିନ ହେଲେ ଅସମ୍ଭବ ନୁହେଁ। ତେଣୁ ସବୁବେଳେ ନିଜ କଥା, ନିଜ ସମସ୍ୟା ବିଷୟରେ ନିଜ ପରିଜନଙ୍କୁ ଜଣାନ୍ତୁ। ଲାଜ କିମ୍ବା ସଂକୋଚ ନକରି କଥା ସେୟାର କରିବା ଦ୍ୱାରା ଡିପ୍ରେସନଠାରୁ ନିଶ୍ଚୟ ଜିତିହେବ।

Comment