ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଦୁଇ ବର୍ଷ ଯାଏ ନୂଆ ନିଯୁକ୍ତି ହୋଇପାରିବନି ବୋଲି ଗତକାଲି ଘୋଷଣା କରିଥିଲେ ରାଜ୍ୟ ସରକାର। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ପରେ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସରକାରୀ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିବ। ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ। ହେଲେ ନୂଆ ପଦବୀ ସୃଷ୍ଟି କରାଯିବ ନାହିଁ। ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା ଜାରି କରାଯାଇଛି।

CGU newଗତକାଲି ରାଜ୍ୟ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ଯାଏ ସରକାରୀ ନିଯୁକ୍ତି ଉପରେ କଟକଣା ଜାରି କରିଥିଲେ। ଏହାସହ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବାବୁଙ୍କ ବିଦେଶ ଗସ୍ତ ଉପରେ ବି ରୋକ୍‌ ଲଗାଇଥିଲେ ସରକାର।

Comment