ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପୌରାଞ୍ଚଳରେ ହୋଲ୍ଡିଂ ଟିକସ ପଇଠ କରିବାର ଅବଧିକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଏହି ଟିକସ ପଇଠ କରିବାକୁ ସରକାର ଘୋଷଣା କରିଛନ୍ତି।

ମହାନଗର ନିଗମ, ପୌରପାଳିକା ଏବଂ ଏନଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ପଇଠ କ୍ଷେତ୍ରରେ ମେ’ ମାସ ଯାଏ ରିହାତି ଦେଇଥିଲେ ରାଜ୍ୟ ସରକାର। କରୋନା ସଙ୍କଟ ପାଇଁ ଅଧିକାଂଶ ଲୋକ ଟିକସ ଦେଇପାରି ନଥିବାରୁ ଅଗଷ୍ଟ ୩୧ ଯାଏ ଏହାକୁ ବଢ଼ାଇ ଦେଇଛନ୍ତି ସରକାର। ଏହାଦ୍ୱାରା ସହରାଞ୍ଚଳ ଲୋକେ ଉପକୃତ ହେବେ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲୋକେ ସହଜରେ କିଭଳି ଟିକସ ପଇଠ କରିପାରିବେ ତା’ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

Comment