ଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସରକାର ଆଉ ୫ ଜିଲ୍ଲାକୁ ଏସ୍‌ଆରଇ ତାଲିକାରୁ ବାଦ ଦେଇଛନ୍ତି। ଏହି ପାଞ୍ଚ ଜିଲ୍ଲା ହେଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼। ଏସ୍‌ଆରଇ ତାଲିକାର ଅର୍ଥ ହେଉଛି ଏହି ଜିଲ୍ଲାଗୁଡିକ ପାଇଁ ସୁରକ୍ଷା ବାବଦକୁ ସ୍ୱତନ୍ତ୍ର ଖର୍ଚ୍ଚ ବ୍ୟବସ୍ଥା କରାଯାଇଥାଏ ଏବଂ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି।

ପୋଲିସ୍ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ, ଏହି ୫ ଜିଲ୍ଲା ପାଇଁ ଆଉ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେବ ନାହିଁ। ସେ କହିଛନ୍ତି ଯେ, ଉକ୍ତ ୫ ଜିଲ୍ଲାରେ ମାଓ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଢେର ଉନ୍ନତି ଘଟିଛି। ଏଣୁ ଏଗୁଡ଼ିକୁ ତାଲିକାରୁ ହଟାଇ ଦିଆଯାଇଛି। କେବଳ ଏହି ୫ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟକୁ ମାଓମୁକ୍ତ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

CGU newଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଶା ଏକ ମାଓ ପ୍ରବଣ ରାଜ୍ୟ ଭାବରେ ପରିଗଣିତ ହୋଇ ଆସିଛି। ଗୋଟିଏ ସମୟରେ ୩୦ ମଧ୍ୟରୁ ୧୯ ଜିଲ୍ଲା ମାଓବାଦୀ କାର୍ଯ୍ୟକଳାପ ଯୋଗୁଁ ଅସ୍ଥିର ଅବସ୍ଥାରେ ରହିଥିଲେ। ଦୃଢ଼ ସୁରକ୍ଷା ବ୍ୟବସ୍ଥା ଓ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁଁ ବିଭିନ୍ନ ଜିଲ୍ଲାରେ ମାଓବାଦୀଙ୍କ ତାଣ୍ଡବଲୀଳା ଢେର ପରିମାଣରେ ହ୍ରାସ ପାଇଛି। ଅନେକ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ପୂର୍ବରୁ ୨୦୧୮ ମସିହାରେ ସରକାର ଛଅ  ଜିଲ୍ଳା ମାଓ ପ୍ରଭାବରୁ ମୁକ୍ତ ବୋଲି ଘୋଷଣା କରିଥିଲେ। ଏହି ଜିଲ୍ଲାଗୁଡ଼ିକ ଥିଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ। ଏହିଭଳି ସର୍ବମୋଟ ୧୧ ଜିଲ୍ଲା ଏବେ ଏସଆରଇ ତାଲିକାରୁ ବାଦ ପଡ଼ିଛନ୍ତି। 

Comment