ଓଡିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଗତ ବୁଧବାର ରାଜଭବନକୁ ସାଧାରଣ ଲୋକଙ୍କ ଯିବା ନିଷେଧ ହୋଇଥିବାବେଳେ ଶୁକ୍ରବାର ବିଧାନସଭାକୁ ଦିନକ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଧାନସଭାକୁ ଶୁକ୍ରବାର ସଟଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଶନି ଓ ରବିବାରକୁ ମିଶାଇ ବିଧାନସଭା ତିନି ଦିନ ବନ୍ଦ ରହିବ।CGU newଏହି ସମୟରେ ହେବାକୁ ଥିବା ସମସ୍ତ ବୈଠକକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି। ବିଧାନସଭାର କର୍ମଚାରୀମାନେ ସ୍ଵାବ୍ ଟେଷ୍ଟ କରି ରିପୋର୍ଟ କରିବା ପାଇଁ କୁହାଯାଇଛି। ବିଧାନସଭାକୁ ବିଶୋଧନ କରାଯିବ। ସୋମବାର ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

ବିଧାନସଭାକୁ ଆସିଥିବା ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୈଠକରେ ଉପସ୍ଥିତ କର୍ମଚାରୀମାନଙ୍କୁ ଛୁଟି ଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here