ଓଡ଼ିଶାଲାଇଭ୍ ବ୍ୟୁରୋ

ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ଚଳାଚଳ ଉପରେ କଟକଣା।

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ, ଇସ୍ପାତ ସହରାଞ୍ଚଳ ଓ କଳୁଙ୍ଗା ଶିଳ୍ପାଞ୍ଚଳ ପ୍ରତି ଶନିବାର, ରବିବାର ସଟଡାଉନ୍ ରହିବ।  କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ଏହି ସବୁ ଅଞ୍ଚଳ ସପ୍ତାହନ୍ତ ସଟଡାଉନ୍ ରହିବ ବୋଲି କୁହାଯାଇଛି। ଗତକିଛି ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲି ମଧ୍ୟ ଏଠାରୁ ୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।CGU new

ସଟଡାଉନ୍ ସମୟରେ ଜିଲ୍ଲା ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିବ। ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ତେବେ ହସ୍ପିଟାଲ, କ୍ଲିନିକ୍, ମେଡିସିନ ଷ୍ଟୋର ଆଦି ଖୋଲା ରହିବ। ଏଥିସହିତ ଗ୍ରୋସରୀ ଦୋକାନ, କ୍ଷୀର ଦୋକାନ ଆଧି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିପାରିବ ବୋଲି କୁହାଯାଇଛି। ଏହାଛଡା ଟେଲିକମ୍ ସେକ୍ଟର, ପେଟ୍ରୋଲ ପମ୍ପ, ମିଡିଆ କର୍ମୀ, ମାଲଗାଡ଼ି, ଅନଲାଇନ୍ ଡେଲିଭରି ଆଦିକୁ ସଟଡାଉନରୁ ବାଦ ଦିଆଯାଇଛି।

ସେହିଭଳି ଅନ୍ୟ ରାଜ୍ୟରୁ ଆସୁଥିବା ବସ, ଅଟୋ, ରିକ୍ସାମାନେ ନିର୍ଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀଙ୍କୁ ବସାଇ ଚଳାଚଳ କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ଅନୁମତିର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ୬୫ ବର୍ଷରୁ ଉର୍ଦ୍ଧ୍ୱ ଓ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Comment