ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୯୪ ବର୍ଷ ହୋଇଥିଲା। ବାରିପଦା ବେଲଗଡ଼ିଆସ୍ଥିତ ନିଜ ରାଜପ୍ରାସାଦରେ ସେ ଦେହ ତ୍ୟାଗ କରିଛନ୍ତି।
ନେପାଳ ରାଜା ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ ପୁତ୍ରୀ ହେଉଛନ୍ତି ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ୧୯୨୮ ମସିହାରେ ସେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ।

୧୯୫୨ ମସିହାରେ ତାଙ୍କର ବିବାହ ମୟୁରଭଞ୍ଜର ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ସହ ହୋଇଥିଲା। ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ର ଥିଲେ ମହାରାଜା ପ୍ରଦୀପ ଚନ୍ଦ୍ର। ୨୦୦୦ ମସିହାରେ ସେ ପ୍ରାଣ ତ୍ୟାଗ କରିଥିଲେ।



















