ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନରେ ଚାଲିଥିବା ରାଜନୀତିକ ଅସ୍ଥିରତା ଭିତରେ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ସକାଳ୧୦ଟାରେ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକକୁ ସଚିନଙ୍କୁ ବି ଆମନ୍ତ୍ରିତ କରାଯାଇଛି।

‘‘କଂଗ୍ରେସ ତରଫରୁ ଆସନ୍ତାକାଲି ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକକୁ ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକମାନଙ୍କୁ ଡକାଯାଇଛି। ଦଳ ଭିତରେ ଯାହା ମତଭେଦ ରହିଛି ଏହି ବୈଠକରେ ସମାଧାନ କରିବାକୁ ଉଦ୍ୟମ କରାଯିବ’’, କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା।

CGU newକ୍ଷମତା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ଭିତରେ ଏକ ପ୍ରକାର ଯୁଦ୍ଧ ଚାଲିଛି। ସଚିନ ପାଇଲଟ୍‌ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଗେହଲଟ୍‌ ଅଭିଯୋଗ କରି ନୋଟିସ୍‌ ପଠାଇବା ସଚିନ ଖପ୍ପା ହୋଇଯାଇଛନ୍ତି।

ସଚିନଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ଥିବା ତାଙ୍କ ସମର୍ଥକମାନେ ଦାବି କରିବା ପରେ ଅଶୋକ ଗେହଲଟ୍‌ ଆଜି ବୈଠକ ଡାକି ଶକ୍ତି ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି।

ଏପଟେ ସଚିନଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ୮ ବଡ଼ ନେତା ଏଥିରେ ଲାଗିଛନ୍ତି।

Comment