ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ବିଦା ହେଲେ ସଚିନ ପାଇଲଟ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ତାଙ୍କୁ ଏହି ଦୁଇ ପଦରୁ ବାହାର କରିଦେଇଛି।

ଏଥିସହିତ ପାଇଲଟଙ୍କ ଅତ୍ୟନ୍ତୁ ଅନୁଗତ କୁହାଯାଉଥିବା ଦୁଇ ବିଧାୟକ ବିଶ୍ୱେନ୍ଦ୍ର ସିଂହ ଓ ରମେଶ ମୀଣାଙ୍କୁ ମଧ୍ୟ ରାଜସ୍ଥାନର ମନ୍ତ୍ରୀମଣ୍ଡଳରୁ ବାହାର କରିଦିଆଯାଇଛି।CGU new

କଂଗ୍ରେସ ନେତା ରଣଦୀପ ସୂର୍ୟ୍ୟେୱାଲା କହିଛନ୍ତି, “ ସଚିନ ପାଇଲଟ ବିଜେପି ସହ ମିଶି ରାଜ୍ୟରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଗତ 72 ଘଣ୍ଟା ଭିତରେ ତାଙ୍କୁ କଂଗ୍ରେସର ବଡ଼ ନେତାମାନେ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ବୁଝିବାକୁ ନାରାଜ।”

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିବାଦକୁ ନେଇ ଗତ କିଛି ଦିନ ଧରି ସଚିନ ପାଇଲଟ ଦଳ ଉପରେ ଖପ୍ପା ଥିଲେ। ଏପରିକି ସେ କଂଗ୍ରେସ ଛାଡ଼ି ବିଜେପିରେ ମଧ୍ୟ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ତେଣୁ ସେ ଗେହଲଟ ଡାକିଥିବା ବିଧାୟକ ଦଳର ବୈଠକରେ ମଧ୍ୟ ଯୋଗଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ତାଙ୍କୁ ଦୁଇଟି ପଦରୁ ବିଦା କରିଛି।

Comment