ଓଡିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ବାଲିଡ଼ିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏନେଇ ଅସ୍ତରଙ୍ଗ ଥାନାରେ ମହିଳାଜଣକ ଅଭିଯୋଗ କରିଛନ୍ତି।ବାଲିଡ଼ିଆ ଗ୍ରାମର ରାମ ବେହେରା ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳାଜଣଙ୍କ ଚିତ୍କାର କରି ତାଙ୍କ ମା’ ବାପାଙ୍କୁ ଡାକିଥିଲେ। ଯୁବକଜଣଙ୍କ ଖସି ପଳାଉଥିବାବେଳେ ମହିଳାଜଣଙ୍କ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ଠେଲାପେଲା ଭିତରେ ମହିଳାଙ୍କର ହାତ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।CGU newତେବେ ରାମ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଭୟ ପରିବାର ଭିତରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା। ତେଣୁ ଗତକାଲି ବିଳମ୍ବିତ ରାତିରେ ସେ ଶୌଚ ହେବା ପାଇଁ ଯିବା ସମୟରେ ମହିଳାଙ୍କ ପରିବାର ଲୋକେ ତାଙ୍କୁ କାବୁ କରି ଉଠେଇ ନେବା ସହ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ରାମ କହିଛନ୍ତି।

Comment