ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଛତ୍ରପୁର ସବଡିଭିଜନର ୭ ଏନ୍ଏସି ଆଜିଠୁ ୬ ଦିନ ପାଇଁ ସଟଡାଉନ୍। କରୋନା ସଂକ୍ରମଣ ଚେନକୁ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଛତ୍ରପୁର ସବଡିଭିଜନ ମଧ୍ୟରେ ଥିବା ଛତ୍ରପୁର ଏନଏସି, ଖଲ୍ଲିକୋଟ ଏନଏସି, ରମ୍ଭା ଏନଏସି ଓ ପୁରୁଷୋତ୍ତୋମପୁର ଏନଏସି ଆଜିଠୁ ୬ ଦିନ ପାଇଁ ସଟଡାଉନ୍ ରହିବ। ଏଥିସହିତ କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା ଏନଏସି ମଧ୍ୟ ସଟଡାଉନ୍ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।CGU newଅନ୍ୟପଟେ ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଘରକୁ ଘର ସ୍କ୍ରିନିଂ ପକ୍ରିୟା ଆରମ୍ଭ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ବିଶେଷକରି ବୃଦ୍ଧ ଓ ଅନ୍ୟ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ଏହି ସ୍କିଂନିରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।

ଏହା ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳକୁ ମଧ୍ୟ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା। କେବଳ ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଥିଲା। ଗତ କିଛି ଦିନ ତଳେ ବହ୍ମପୁର ସହରକୁ ମଧ୍ୟ ସିଲ ଘୋଷଣା କରାଯାଇଥିଲା।

Comment