ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ ରାଜନୀତିରେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଯୁବନେତା ସଚିନ ପାଇଲଟଙ୍କୁ କଂଗ୍ରେସ ଗତ ୧୪ ତାରିଖରେ ଦଳରୁ ବିଦା କରିଥିଲା। ହେଲେ ଏହି ଘଟଣାରର ଦୁଇ ଦିନ ପରେ ଏବେ ପୁଣିଥରେ ତାଙ୍କୁ ଦଳକୁ ଲେଉଟାଇ ଆଣିବାକୁ ପ୍ରୟାସ କରାଯାଉଛି। ଯାହାର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କ ଗାନ୍ଧୀ।

ପାଇଲଟଙ୍କୁ ଦଳକୁ ଫେରାଇ ଆଣିବାକୁ ଆଗକୁ ଆସିଛନ୍ତି ପ୍ରିୟଙ୍କା। ଏଥିପାଇଁ ସେ ଦଳର ଦୁଇ ନେତା ବେଣୁଗୋପାଳ ଓ ଅହମ୍ମଦ ପଟେଲଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ଦୁଇ ନେତା ପାଇଲଟଙ୍କ ସହ ଆଲୋଚନା କରିବେ ଏବଂ ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି।ଅନ୍ୟପଟେ କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କିନ୍ତୁ ଏହି ମାମଲାରେ ନିଜ ଜିଦରେ ଅଟଳ ଅଛନ୍ତି। ପାଇଲଟଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅଡ଼ି ବସିଛନ୍ତି। ପାଇଲଟ କିନ୍ତୁ ଏ ପୂରା ମାମଲାରେ ଏପର୍ଯ୍ୟନ୍ତ ଚୁପ ରହିଛନ୍ତି।

ଦଳରୁ ବିଦା ହେବା ପରେ ସେ ମାତ୍ର ଗୋଟିଏ ଥର ପାଇଁ ମୁହଁ ଖୋଲିଛନ୍ତି। ଏଥିରେ ସେ ବିଜେପିରେ ଯୋଗ ଦେବେନି ବୋଲି କହିଛନ୍ତି। ପାଇଲଟଙ୍କ ଏଭଳି ମନ୍ତବ୍ୟ ପରେ କିଛି କଂଗ୍ରେସ ନେତା ତାଙ୍କୁ ଦଳକୁ ଫେରିଆସିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।CGU newକିଛି ଦିନ ତଳେ ରାଜସ୍ଥାନର ଯୁବନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ସେ ଦଳ ଛାଡି ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ଏହାପରେ ପାଇଲଟ  କଂଗ୍ରେସ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଚାଲିଯାଇଥିଲେ। ଏହା ଭିତରେ ଦଳର ଦୁଇଟି ବିଧାୟକ ଦଳର ବୈଠକରେ ମଧ୍ୟ ସେ ସାମିଲ ହୋଇନଥିଲେ।

ଏହାପରେ ଗତ ଜୁଲାଇ ୧୪ ତାରିଖରେ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଆସନରୁ ହଟାଇବା ସହିତ ଦଳର ପିସିସି ସଭାପତି ପଦରୁ ମଧ୍ୟ ବିଦା କରିଦେଇଥିଲା।

Comment