ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ରାଜନୀତିରେ ଚାଲିଥିବା ‘କ୍ଷମତା ଯୁଦ୍ଧ’ ଏବେ ରୋଚକପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ପାଇଲଟ ଓ ତାଙ୍କର ୧୯ ଅନୁଗତ ବିଧାୟକଙ୍କୁ ବାଚସ୍ପତି ନୋଟିସ୍ କରିବା ପରେ ଆଜି ପାଇଲଟ ଏହାକୁ ଚ୍ୟାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପାଇଲଟଙ୍କୁ ଦଳରୁ ବିଦା କରିବା ପରେ ଗତ ଜୁଲାଇ ୧୫ ତାରିଖରେ ବିଧାନସଭାର ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ଅନୁଗତ ବିଧାୟକଙ୍କୁ ନୋଟିସ୍ କରିଥିଲେ। ଏଥିରେ ସେମାନେ ଦଳୀୟ ହୁଇପକୁ ମାନିନଥିବା ନେଇ ଅଭିଯୋଗ ହୋଇଥିଲା। ଏଥିସହ ତାଙ୍କୁ କାହିଁକି ବିଧାନସଭା ସଭ୍ୟ ପଦରୁ ବାହାର କରାଯିବନି ସେନେଇ ମଧ୍ୟ ଉତ୍ତର ଦେବାକୁ କୁହାଯାଇଥିଲା। ୧୭ ତାରିଖ ଦିନ ୧ଟା ସୁଦ୍ଧା ସେମାନଙ୍କୁ ଲିଖିତ ଆକାରରେ ଉତ୍ତର ରଖିବାକୁ କୁହାଯାଇଥିଲା।
ହେଲେ ବାଚସ୍ପତିଙ୍କୁ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାଇଲଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି ଆଜି ଦିନ ୩ଟାରେ କରାଯିବ ବୋଲି ସୂଚନା ମିଳିଛି।