ଓଡ଼ିଶାଲାଇଭ୍ ବ୍ୟୁରୋ

CBSE odisha topper

ଜୁଲାଇ ୧୫ ତାରିଖରେ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ସମୁଦାୟ ୪୯୭ ନମ୍ବର ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଭୟ କୁମାର।

ଅଭୟ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୪୯୭ ନମ୍ବର ରଖିଛନ୍ତି। ୯୯.୪ ପ୍ରତିଶତ ମାର୍କ ରଖି ସେ ହୋଇଛନ୍ତି ଓଡ଼ିଶା ଟପ୍ପର। ଏହା ସହ ସେ ସମଗ୍ର ଭାରତରେ ଥିବା ମୋଟ ୧୧୬୮ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏନେଇ ତାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକର ଅଖିଳ ଭାରତୀୟ ଟପ୍ପର ବୋଲି ଘୋଷଣା କରାଯାଇଛି।

CGU new

ଅଭୟଙ୍କ ଜନ୍ମ ସମ୍ବଲପୁର କୁଚିଣ୍ଡା ଗୁଣ୍ଡୁରୁଚୁଆଁ ପଞ୍ଚାୟତର ଖମାରବାହାର ଗ୍ରାମରେ। ପିତା ଶୈଳଶ କୁମାର ନାୟକ ସମ୍ବଲପୁର ରେଳବାଇ ଡିଭିଜନରେ ଜଣେ ସିନିୟର ସେକ୍ସନ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିବାବେଳେ ମା’ ସୁସ୍ମିତା ନାୟକ ଜଣେ ଗୃହିଣୀ।

ପିଲାଦିନୁ ପାଠ ପଢ଼ାରେ ସବୁବେଳେ ଆଗୁଆ ଥିଲେ ଅଭୟ। ଦିନକୁ ସେ ଆଠ ଘଣ୍ଟା ପରିଶ୍ରମ କରନ୍ତି ଏବଂ ସମସ୍ତ ବିଷୟ ଉପରେ ସମାନ ଗୁରୁତ୍ୱ ଦେଇଥାନ୍ତି। ବିଜ୍ଞାନ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ବାୟୋମେଡିକାଲ ରିସର୍ଚ୍ଚ କରିବାକୁ ସେ ଇଚ୍ଛା ରଖିଛନ୍ତି। ଏଥିପାଇଁ ଦ୍ୱାଦଶରେ ବିଜ୍ଞାନ ପଢି଼ବାକୁ ସେ ସ୍ଥିର କରିଛନ୍ତି। ତେବେ ଅଭୟଙ୍କର ଏହି ସଫଳତାକୁ ନେଇ ଓଡ଼ିଶା ଗର୍ବିତ।

Comment