ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଳିତ ଜାତିସଂଘର ୭୫ତମ ବାର୍ଷିକ ଉତ୍ସବରେ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

‘‘କରୋନା ସଙ୍କଟ ବେଳେ ଆମେ ୧୫୦ ଦେଶକୁ ସହାୟତାର ହାତ ବଢ଼ାଇଛୁ। ସାର୍କ କୋଭିଡ୍‌ ପାଣ୍ଠି ଗଠନ କରିଛୁ। କରୋନା ମୁକାବିଲା ପାଇଁ ସରକାର ନେଉଥିବା ପଦକ୍ଷେପ ସହିତ ସାଧାରଣ ଲୋକଙ୍କୁ ଯୋଡ଼ାଗଲା। କରୋନା ବିରୋଧରେ ଭାରତ ଲଢ଼ିଲା। କରୋନା ମୁକାବିଲା ଏବେ ଭାରତରେ ଜନଆନ୍ଦୋଳନରେ ପରିଣତ ହୋଇଯାଇଛି’’, ମିଳିତ ଜାତିସଂଘର ୭୫ତମ ବାର୍ଷିକ ଉତ୍ସବରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭାରତ ମିଳିତ ଜାତିସଂଘର ୫୦ତମ ପ୍ରତିଷ୍ଠାତା ସଦସ୍ୟ ଭିତରେ ରହିଛି। ଆଜି ମିଳିତ ଜାତିସଂଘରେ ୧୯୩ଟି ଦେଶ ଅଛନ୍ତି। ଏଣୁ ଜାତିସଂଘ ଉପରେ ସମସ୍ତଙ୍କର ଆଶା ରହିଛି ଏବଂ ଜାତିସଂଘ ପାଇଁ ଚାଲେଞ୍ଜ ମଧ୍ୟ ବଢ଼ିଛି। ଏହି ଅବସରରେ ମୋଦୀ ସବ୍‌କା ସାଥ୍‌, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ କଥା କହିଥିଲେ।

CGU new‘‘ଗତବର୍ଷ ଆମେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଗାନ୍ଧିଜୀ ସବୁବେଳେ ସ୍ୱଚ୍ଛତା କଥା କହୁଥିଲେ। ଏଣୁ ଆମେ ସ୍ୱଚ୍ଛତା ଅଭିଯାନ ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ଆମେ ୧୦ କୋଟିରୁ ଅଧିକ ଘରେ ଶୌଚାଳୟ ନିର୍ମାଣ କରିଛୁ। ୭ କୋଟି ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି। ମହିଳା ସଶକ୍ତୀକରଣ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଛୁ। ଏହାର ଫଳସ୍ୱରୂପ ୧୦ ଲକ୍ଷରୁ ଅଧିକ ମହିଳାଙ୍କୁ ପଞ୍ଚାୟତ ଏବଂ ପୌରପାଳିକାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପରିବେଶ ସୁରକ୍ଷା ଉପରେ ଭାରତ ଅଧିକ ପ୍ରାଧାନ୍ୟ ଦେଇଥିବା ମୋଦୀ କହିଥିଲେ। ଏହାସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭାରତ ସବୁବେଳେ ଅନ୍ୟ ଦେଶକୁ ସହାୟତା କରି ଆସୁଥିବା ମୋଦୀ କହିଥିଲେ।

LEAVE A REPLY

Please enter your comment!
Please enter your name here