ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। କରୋନା ଡ୍ୟୁଟି ବେଳେ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କର ମୃତ୍ୟୁ ହୁଏ ତାହାଲେ ସେମାନଙ୍କ ପରିବାରକୁ ଭତ୍ତା ମିଳିବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ହଜାର ଟଙ୍କା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୭ ହଜାର ୫୦୦ ଟଙ୍କା ଭତ୍ତା ମିଳିବ। ନିକଟ ସମ୍ପର୍କୀୟମାନଙ୍କୁ ୬୦ ବର୍ଷ ହେବା ଯାଏଁ ଭତ୍ତା ମିଳିବ।

CGU newଗତ କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆଶା କର୍ମୀ ଔଷଧ ବଣ୍ଟନ କରୁଥିବା ବେଳେ ପ୍ରାଣ ହରାଇଥିଲେ। ଏହାପରେ ରାଜ୍ୟ ସରକାର ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କରୋନା ମୁକାବିଲା କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବଡ଼ ଭୂମିକା ତୁଲାଉଛନ୍ତି। ଘର ଘର ବୁଲି ସଚେତନତାଠାରୁ ଆରମ୍ଭ କରି କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ମଧ୍ୟ ଏମାନେ ରହୁଛନ୍ତି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏମାନେ ସହଯୋଗ କରୁଛନ୍ତି।

Comment