ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଅର୍ଥାତ ଜୁଲାଇ ୨୦ରେ ହେବ। ସେପଟେ ହାଇକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। CGU new

ଅର୍ଥାତ୍ ଜୁଲାଇ ୨୧ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ୧୯ ଜଣ ସମର୍ଥକ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ।

ପାଇଲଟଙ୍କୁ ଦଳରୁ ବିଦା କରିବା ପରେ ଗତ ଜୁଲାଇ ୧୫ ତାରିଖରେ ବିଧାନସଭାର ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ଅନୁଗତ ବିଧାୟକଙ୍କୁ ନୋଟିସ୍ କରିଥିଲେ। ସଦସ୍ୟତା ରଦ୍ଦ ନେଇ ବାଚସ୍ପତି ପଠାଇଥିବା ନୋଟିସକୁ ଚାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସଚିନ।

Comment