ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି ଲାଗୁ ହେବ ବୋଲି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଶନି ଓ ରବିବାର ଲାଗୁ ହେବନି ସଟ୍‌ଡାଉନ୍‌।

ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏଁ ୪ଟି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିବା ବେଳେ ଟୁଇନସିଟି କଟକ ଓ ଭୁବନେଶ୍ୱର ପାଇଁ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କଟକଣା ଜାରି କରିଛନ୍ତି। ଗତଥର ଅପେକ୍ଷା ଚଳିତ ଲକ୍‌ଡାଉନ୍‌ କଡ଼ାକଡ଼ି ହେବ ବୋଲି ପୋଲିସ କମିସନର କହିଛନ୍ତି।

  • ଲକ୍‌ଡାଉନ୍‌ ବେଳେ କେହି ବାଇକ୍‌ ବ୍ୟବହାର କରନ୍ତୁ ନାହିଁ।
  • ସକାଳ ୬ଟାରୁ ଦିନ ୧ଟା ଯାଏଁ ପରିବା ଓ ଗ୍ରୋସରୀ ଦୋକାନ ଖୋଲାରହିବ।
  • ପରିବା ଏବଂ ଗ୍ରୋସରୀ ପାଇଁ କେହି ବାଇକ୍‌ ନେଇ ଯାଆନ୍ତୁ ନାହିଁ। ଘର ପାଖରେ ଥିବା ଦୋକାନକୁ ଚାଲି ଚାଲି ଯାଆନ୍ତୁ।
  • ନିୟମ ନମାନିଲେ ବାଇକ୍‌ ଜବତ ହେବ, ଗିରଫ ମଧ୍ୟ କରାଯିବ।
  • ଗ୍ରୋସରୀ ଓ ପରିବା ଦୋକାନୀଙ୍କ ଯିବା ଆସିବା ପାଇଁ ହ୍ୱଟ୍‌ସ୍‌ଆପ୍‌ ଗ୍ରୁପ ଗଠନ କରାଯାଇଛି।
  • ଔଷଧ ଦୋକାନ ଖୋଲା ରହିବ। କର୍ମଚାରୀମାନେ ଟ୍ରେଡ୍‌ ଲାଇସେନ୍ସ ଏବଂ ପରିଚୟପତ୍ର ଦେଖାଇଯିବେ।
  • ଗ୍ୟାସ ବିତରକ ସଂସ୍ଥାର କର୍ମଚାରୀମାନେ ସେମାନଙ୍କ କାମ କରିପାରିବେ।
  • ମେଡିକାଲ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।
  • ସରକାରୀ କର୍ମଚାରୀ ନିଜ ପରିଚୟପତ୍ର ଦେଖାଇ ପାରିବେ। ବିଭାଗୀୟ ମୁଖ୍ୟଙ୍କ ଚିଠି ଦେଖାଇବେ।
  • ଆଇଟି ଏବଂ ଏହାସହ ଜଡ଼ିତ ସଂସ୍ଥାର ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବ।CGU new
  • ବାହଘର ଏବଂ ଅନ୍ତିମ ସଂସ୍କାର ପାଇଁ ଅନୁମତି ନେବାକୁ ପଡ଼ିବ।
  • ହୋମଡେଲିଭରି କାର୍ଯ୍ୟ ଚାଲୁ ରହିବ।
  • ରାସ୍ତାକଡ଼ ଢାବା ଖୋଲା ରହିବ। ରେସ୍ତୋରାଁ ଖୋଲା ରହିବନି।
  • ୨୫ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ ଖୋଲିବ। ବୀମା କମ୍ପାନି ବନ୍ଦ ରହିବ।
  • ଭୁବନେଶ୍ୱର ବାହାରୁ କେହି ଆସିପାରିବେନି କି ସହର ଭିତରୁ କେହି ଯାଇପାରିବେ ନାହିଁ।
  • ଜରୁରୀ କାମ ପାଇଁ ୧୦୦କୁ ଫୋନ୍‌ କରନ୍ତୁ।
  • ମେଡିକାଲ, ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ପରିଚୟପତ୍ରର ଅପବ୍ୟବହାର କରନ୍ତୁ ନାହିଁ।

Comment