ଓଡ଼ିଶାଲାଇଭ୍ ବ୍ୟୁରୋ

school-college

ଦେଶବ୍ୟାପି କରୋନା ସଂକ୍ରମଣ ଯୋଗୁଁ ଦୋକାନ ବଦାରଠାରୁ ଆରମ୍ଭ କରି ସ୍କୁଲ୍-କଲେଜ ସବୁଠି ତାଲା ପଡ଼ିଛି। କେଉଁଠି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ବାକି ରହିଛି ତ କେଉଁଠି ନାମଲେଖା ହୋଇପାରୁନି। ତେବେ କିଛି ସ୍ଥାନରେ ପରୀକ୍ଷା ଆୟୋଜନ କରିବାର ବ୍ୟବସ୍ଥା ଚାଲିଛି। କେଉଁଠି ଅନଲାଇନ ପରୀକ୍ଷା ହେଉଛି ତ କେଉଁଠି ସ୍କୁଲ-କଲେଜରେ ହିଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ହୋଇପାରେ। ତେବେ ଆସନ୍ତୁ ଜାଣିବା ସ୍କୁଲ ଓ କଲେଜଗୁଡ଼ିକରେ କିଭଳି ଭାବେ ସତର୍କ ରହିବେ ଏବଂ ସେଠାରେ କେଉଁ କରୋନା ଟିପ୍ସକୁ ଫଲୋ କରିବେ।

CGU new

  • ସବୁବେଳେ ମାସ୍କ ପିନ୍ଧିବେ- ସ୍କୁଲରେ ସବୁବେଳେ ମାସ୍କ ପିନ୍ଧିବା ଜରୁରୀ। ଏଠାରେ ଅନ୍ୟ ସ୍ଥାନରୁ ମଧ୍ୟ ଛାତ୍ରଛାତ୍ରୀ ଆସିଥିବେ। ତେଣୁ ସମସ୍ତେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ।
  • ସ୍କୁଲ୍ ଷ୍ଟାଫ ଓ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ଦୂରତା- ସ୍କୁଲରେ ଯେକୌଣସି ମିଟିଂ ହେଲେ ପ୍ରିନ୍ସିପାଲ ଏବଂ ଶି7କମାନେ ନିଜ ନିଜ ଭିତରେ ଯଥେଷ୍ଟ ଦୂରତା ରକ୍ଷା କରି ବସିବା ଉଚିତ। ସେହିପରି ଶ୍ରେଣୀ ଗୃହରେ ତଥା ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହେବା ନିହାତି ଆବଶ୍ୟକ।

school-3

  • ଏ.ସି ବ୍ୟବହାର କରନ୍ତୁ ନାହିଁ- ଏହି ସମୟରେ ସ୍କୁଲ କଲେଜରେ ଏସିର ବ୍ୟବହାର ନକରିବା ଉଚିତ। ଅଦିକ ଆବଶ୍ୟକ ପଡ଼ିଲେ ସେଣ୍ଟ୍ରାଲାଇଜ୍ଡ ଏସି ବା ଓ୍ୱିଣ୍ଡୋ ଏସିର ବ୍ୟବହାର କରିପାରିବେ। କିନ୍ତୁ ଏହା ହାଇ ପେଡାଷ୍ଟଲରେ ଥିବା ଦରକାର ଯାହାଦ୍ୱାରା ଏହା ବାହାର ଭାଇରସକୁ ଗ୍ରହଣ କରିପାରିବ ନାହିଁ।
  • ଏୟାର ପ୍ୟୁରିଫାୟର ବ୍ୟବହାର କରିପାରିବେ- କ୍ଲାସରୁମରେ ଏୟାର ପ୍ୟୁରିଫାୟାର ବ୍ୟବହାର କରିପାରିବେ। ଏହା ପ୍ରତି ଘଣ୍ଟାରେ ପବନକୁ ସ୍ୱଚ୍ଛ କରିଥାଏ।

school-2

 

  • ହାତ ଧୋଇବେ- ପିଲାମାନେ ସ୍କୁଲ ବା କଲେଜ ଗଲେ ପ୍ରତି ଘଣ୍ଟା ହାତ ଧୋଇବାକୁ ଭୁଲିବେନି। ସାମାଜିକ ଦୂରତା ରକ୍ଷା କରିବା ସହ କିଛି ସମୟ ବ୍ୟବଧାନରେ ହାତ ଧୋଇବା ନିହାତି ଆବଶ୍ୟକ।
  • କ୍ଲାସରୁମରେ ଜଣେ ଶିକ୍ଷକ ହିଁ ରହିବେ ଏବଂ ଛାତ୍ରଛାତ୍ରୀମାନେ କିପରି ନିଜ ନିଜ ଭିତରେ ଦୂରତା ରକ୍ଷା କରିବେ ସେ ପ୍ରତି ଧ୍ୟାନ ଦେବେ। ଏହା ବ୍ୟତୀତ ସ୍କୁଲକୁ ଯାଉଥିବା ଛୋଟ ଛୋଟ ପିଲାମାନେ ଟିଫିନ ଟାଇମରେ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ବସି ଖାଇବେ।

school student mask

 

  • ସ୍କୁଲ ବା କଲେଜରୁ ଘରକୁ ଫେରିଲେ ଗାଧେଇବା ସହ ସାନିଟାଇଜର ବ୍ୟବହାର କରନ୍ତୁ।
  • ଏହି ଟିପ୍ସଗୁଡ଼ିକ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଫଲୋ କରିବା ନିହାତି ଆବଶ୍ୟକ।

Comment