ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପାଇଁ ଏମ୍‌ସିଏଲ୍‌ ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଭିତରେ ଏମ୍‌ଓୟୁ ସ୍ୱାକ୍ଷର।

ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲଠାରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିବ। ଏନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଏମ୍‌ସିଏଲ୍‌ ଭିତରେ ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏମ୍‌ସିଏଲ୍‌ ଡିରେକ୍ଟର (ପର୍ସୋନେଲ) କେଶବ ରାଓ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ।

ଏହି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡ଼ା ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବହୁ କରୋନା ଆକ୍ରାନ୍ତ ଉପକୃତ ହୋଇପାରିବେ। ମାଗଣାରେ କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ। ରୋଗୀମାନଙ୍କ ଚିକିତ୍ସା, ଔଷଧ, ଟେଷ୍ଟିଂ, ଖାଦ୍ୟ ଏବଂ ରହିବା ବାବଦରେ ଯାହା ଖର୍ଚ୍ଚ ହେବ ସେସବୁ ଏମ୍‌ସିଏଲ ବହନ କରିବ।

CGU newଓଡ଼ିଶାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି ଏମ୍‌ସିଏଲ୍‌। ଭୁବନେଶ୍ୱରରେ ୫୨୫ ଏବଂ ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପାଇଁ ଏମ୍‌ସିଏଲ୍‌ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା।

Comment