ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଚିତାଲାଗି ଅମାବାସ୍ୟା। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଭୋଗ ମଣ୍ଡପ ସରିବା ଏହି ନୀତି ସଂପନ୍ନ ହେବ।

ଦଇତା ସେବକମାନେ ତିନି ଠାକୁରଙ୍କୁ ଚିତା ଲାଗି କରାଇବେ। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଜିଉଙ୍କୁ ଚିତାଲାଗି କରାଯାଇଥାଏ। ବିଭିନ୍ନ ରତ୍ନ ଅଳଙ୍କାରରେ ନିର୍ମିତ ସୁଶୋଭିତ ଚିତା ମହାପ୍ରଭୁଙ୍କ ମସ୍ତକରେ ଲାଗି ହୋଇଥାଏ।CGU new

ରଥ ଯାତ୍ରା ପରେ ନିଳାଦ୍ରୀବିଜେରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବା ପରେ ଏହି ଚିତାଲାଗି ଅମାବାସ୍ୟା ତିଥୀରେ ଦଇତା ସେବକ ମହାପ୍ରଭୁଙ୍କଠାରେ ଚିତା ଲାଗି କରିଥାନ୍ତି।

ତେବେ ଏହି ସେବା ନୀତି ଅତ୍ୟନ୍ତ  ଗୁପ୍ତ ଭାବେ ସମ୍ପାଦନ କରାଯାଇଥାଏ। ଏହି ସମୟରେ ପ୍ରତିବର୍ଷ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଏ। ଏବର୍ଷ କରୋନା ପାଇଁ ଏମିତିରେ ବି ଶ୍ରୀକ୍ଷେତ୍ର ଭକ୍ତ ଶୂନ୍ୟ ହୋଇ ରହିଛି।

LEAVE A REPLY

Please enter your comment!
Please enter your name here