ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଡିସିପି ଭାବେ ସୋମବାର ଦାୟିତ୍ୱ ନେଲେ ଡକ୍ଟର ଉମାଶଙ୍କର ଦାସ। ପୋଲିସ ସେବା ଭବନରେ ଉମାଶଙ୍କରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ବିଦାୟୀ ଡିସିପି ଅନୁପ ସାହୁ। ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଦାୟତ୍ୱ ଗ୍ରହଣ କରିଛନ୍ତି ଉମାଶଙ୍କର।

ଡକ୍ଟର ଉମାଶଙ୍କର ମୟୁରଭଞ୍ଜର ବାସିନ୍ଦା। ସେ ୨୦୦୮ ବ୍ୟାଚର ଆଇପିଏସ୍‌ ଅଫିସର। ସେ ଫିଜିକ୍ସ ଅନର୍ସରେ ବିଏସ୍‌ସି ପାସ କରିବା ପରେ ଏମବିଏ କରିଛନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି।CGU new

ସେ ଏହାପୂର୍ବରୁ ମାଲକାନଗିରି ଏସ୍‌ଡିପିଓ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ରାଉରକେଲା ଏବଂ ପୁରୀ ଏସ୍‌ପି ଭାବେ କାମ କରିଛନ୍ତି।  ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକଙ୍କ ପଦକ ଓ ପ୍ରମାଣ ପତ୍ର ଏବଂ ରାଜ୍ୟପାଳଙ୍କ ପଦକ ମିଳିସାରିଛି।

‘‘ବର୍ତ୍ତମାନ ପୋଲିସ ବିଭାଗ ସାମ୍ନାରେ ଦୁଇଟି ବଡ଼ ଚାଲେଞ୍ଜ ଅଛି। ଗୋଟିଏ କୋଭିଡ ୧୯, ଆଉ ଗୋଟିଏ ହେଉଛି ପୋଲିସ ଭାଇ ଭଉଣୀଙ୍କ ସୁରକ୍ଷା। ଏହି କଠିନ ପରିସ୍ଥିତିରେ କମିସନରେଟ ପୋଲିସର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବେ ଏହା ମୋର ଆଶା’’, ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଉମାଶଙ୍କର।

ନିକଟ ଅତୀତରେ କରୋନା ମହାମାରୀ ମଧ୍ୟରେ ସେ ଅତ୍ୟନ୍ତ ଦକ୍ଷତାର ସହ ରଥଯାତ୍ରା କାର୍ଯ୍ୟ ପରିଚାଳନା କରି ଉଚ୍ଚ ପ୍ରଂଶସିତ ହୋଇଛନ୍ତି ଉମାଶଙ୍କର। ଏହାପୂର୍ବରୁ ମଧ୍ୟ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଭଲ କାମ କରିଥିଲେ। ରାଉରକେଲା ଏସପି ଭାବେ ମଧ୍ୟ ସେ ଭଲ କାର୍ଯ୍ୟ କରିଥିଲେ।

Comment