ଓଡ଼ିଶାଲାଇଭ୍ ବ୍ୟୁରୋ

NHMବରଗଡ଼ ଜିଲ୍ଲାରେ ବିଭିନ୍ନ ପଦବୀରେ NHM ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁଲାଇ ୨୨ ତାରିଖ ଯାଏଁ ଚାଲୁ ରହିବ।

ପଦବୀ:

  • ମେଡିକାଲ ଅଫିସର, ପେଡିଆଟ୍ରିସିଆନ୍ (DEIC) – ଗୋଟିଏ ପଦବୀ
  • ମେଡିକାଲ ଅଫିସର (DEIC) – ଗୋଟିଏ ପଦବୀ
  • ମେଡିକାଲ ଅଫିସର (SNCU) – ୩ଟି ପଦବୀ
  • ମେଡିକାଲ ଅଫିସର, ଆୟୁଷ (CHC/PHC) – ଆୟୁର୍ବେଦିକ (୪), ହୋମିଓପାଥି (୪)
  • ସାଇକିଆଟ୍ରିକ ନର୍ସ (ନାସନାଲ ମେଣ୍ଟାଲ ହେଲଥ୍ ପ୍ରୋଗ୍ରାମ) – ଗୋଟିଏ ପଦବୀ

CGU new

  • କ୍ଲିନିକାଲ ସାଇକୋଲୋଜିଷ୍ଟ (ନାସନାଲ ମେଣ୍ଟାଲ ହେଲଥ୍ ପ୍ରୋଗ୍ରାମ) – ଗୋଟିଏ ପଦବୀ
  • କେସ ରେଜିଷ୍ଟ୍ରୀ ଆସିଷ୍ଟାଣ୍ଟ (ନାସନାଲ ମେଣ୍ଟାଲ ହେଲଥ୍ ପ୍ରୋଗ୍ରାମ) – ଗୋଟିଏ ପଦବୀ
  • RBSK (ଷ୍ଟାଫ୍ ନର୍ସ/ଏ.ଏନ୍.ଏମ୍) – ୧୦ଟି ପଦବୀ
  • ମେଡିକାଲ ଅଫିସର, RBSK – (ହୋମିଓପାଥି) ପୁରୁଷ- ୫, ମହିଳା-୮
  • RBSK ଫାର୍ମାସିଷ୍ଟ- ଗୋଟିଏ ପଦବୀ
  • ଫିଜିଓଥେରାପିଷ୍ଟ, DEIC- ଦୁଇଟି ପଦବୀ
  • ଡେଣ୍ଟାଲ ଟେକ୍ନିସିଆନ- ଗୋଟିଏ ପଦବୀ
  • ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର- ଗୋଟିଏ ପଦବୀ
  • DEO କମ୍ ଆକାଉଣ୍ଟାଣ୍ଟ୍, NUHM (DAA) – ଗୋଟିଏ ପଦବୀ
  • RMNCH +A କାଉନସେଲର୍- ଗୋଟିଏ ପଦବୀ

ଯୋଗ୍ୟତା- ଉପରୋକ୍ତ ପଦବୀରେ କାର୍ଯ୍ୟରତ NHM ସ୍ୱାସ୍ଥ୍ୟକର୍ମୀମାନେ ବରଗଡ଼ ଜିଲ୍ଲାରେ ଉକ୍ତ ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଜୁଲାଇ ୨୨ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ୍ ପବ୍ଲିକ୍ ହେଲଥ୍ ଅଫିସର କମ୍ ଡିଷ୍ଟ୍ରିକ୍ଟ ମିଶନ ଡିରେକ୍ଟର, ବରଗଡ଼, ପିନ୍ କୋଡ୍- 768028

ଅଧିକ ସୂଚନା ପାଇଁ bargarh.nic.inକ୍ଲିକ୍ କରନ୍ତୁ।

Comment