ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁମୋଦନକ୍ରମେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ବିଧାନର ଧାରା ୯ ଅନୁଯାୟୀ ସାଧାରଣ ପରିଷଦ ପୁନର୍ଗଠନ କରାଯାଇଛି। ଏହା ଜୁଲାଇ ୨୪ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ସଦସ୍ୟମାନଙ୍କର କାର୍ଯ୍ୟକାଳ ଅବଧି ୩ ବର୍ଷ ପର୍ଯ୍ୟନ୍ତ ରହିବ।

ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଏକାଡେମୀର ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ବିତ୍ତ ଅଧିକାରୀ ତଥା ଅର୍ଥ ପରାମର୍ଶଦାତା। ଏହାଛଡ଼ା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ମଧ୍ୟ ସଦସ୍ୟ ରହିଛନ୍ତି।

ସେହିପରି ଏହି ସଦସ୍ୟମାନଙ୍କ ଭିତରେ ଅଛନ୍ତି ଢେଙ୍କାନାଳର ବାହାଦୂର ପାଟ୍ଟଶାହାଣୀ, ବାଲେଶ୍ୱରର ଶୁଭଶ୍ରୀ ଲେଙ୍କା ଏବଂ ବାଲେଶ୍ୱରର କାଳୀପଦ ପଣ୍ଡା। ଏବେ ଆସନ୍ତୁ ନଜର ପକାଇବା ଚିଲାୱାରୀ ସଦସ୍ୟମାନଙ୍କ ଭିତରେ କେଉଁମାନେ ସ୍ଥାନ ପାଇଛନ୍ତି।

ଜିଲ୍ଲାୱାରୀ ସଦସ୍ୟ

ଅନୁଗୋଳ – ସଂଗ୍ରାମ କେଶରୀ ପୃଷ୍ଟି

ବଲାଙ୍ଗିର – ଜ୍ୟୋତିର୍ମୟୀ ସାହୁ

ବରଗଡ଼ – ବାମାପଦ ତ୍ରିପାଠୀ

ବାଲେଶ୍ୱର – ଭରତ ଚନ୍ଦ୍ର ଦାଶ

ବୌଦ୍ଧ – ସଞ୍ଜୟ କୁମାର ପଣ୍ଡା

ଭଦ୍ରକ – ପବିତ୍ର ପାଣିଗ୍ରାହୀ

କଟକ – ମନୋଜ ପଟ୍ଟନାୟକ

ଦେବଗଡ଼ – ଭାରତ ଭୂଷଣ ନନ୍ଦ

ଢେଙ୍କାନାଳ – ପୁଷ୍ପଲତା ରଥ

ଗଜପତି – ମୀନାକ୍ଷୀ ସାହୁ

ଗଞ୍ଜାମ – ସିଦ୍ଧାର୍ଥ ଶଙ୍କର ପାଢ଼ୀ

ଜଗତସିଂହପୁର – ଅଭୟ ବାରିକ

ଯାଜପୁର – ରୀତାରାଣୀ ନାୟକ

ଝାରସୁଗୁଡ଼ା – ଶିବପ୍ରିୟା ମିଶ୍ର

କଳାହାଣ୍ଡି – ସତ୍ୟନାରାୟଣ ମହାପାତ୍ର

କନ୍ଧମାଳ – ଗିରିଜା ପ୍ରସାଦ ମିଶ୍ର

କେନ୍ଦ୍ରାପଡ଼ା – ସରୋଜ କୁମାର ମହାନ୍ତି

କେନ୍ଦୁଝର – ପିନାକି ମିଶ୍ର

କୋରାପୁଟ – ଲକ୍ଷ୍ମୀକାନ୍ତ ପାଢ଼ୀ

ଖୋର୍ଦ୍ଧା – ବିବେକାନନ୍ଦ ପାଣିଗ୍ରାହୀ

ମାଲକାନଗିରି – କିଶୋର ଚନ୍ଦ୍ର ପ୍ରଧାନ

ମୟୂରଭଞ୍ଜ – ଅଜିତ ପାତ୍ର

ନବରଙ୍ଗପୁର – ବଲ୍ଲଭ କୁମାର ରାଉତ

ନୟାଗଡ଼ – ଅଶୋକ କୁମାର ନାୟକ

ନୂଆପଡ଼ା – ସୁରେଶ୍ୱରୀ ବାଘ

ପୁରୀ – ପ୍ରତିଭା ମହାରଥୀ

ରାୟଗଡ଼ା – ଡମ୍ବରୁଧର ପଟ୍ଟନାୟକ

ସମ୍ବଲପୁର – ରଘୁନାଥ ମେହେର

ସୁବର୍ଣ୍ଣପୁର – ଦେବାଶିଷ ପାଣ୍ଡିଆ

ସୁନ୍ଦରଗଡ଼ – ସୁପ୍ରିୟା ପାଲ୍‌

CGU newଏହାସହ ଓଡ଼ିଶାରୁ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମଧ୍ୟ ୮ ଜଣ ପ୍ରତିନିଧି ଏଥିରେ ସଦସ୍ୟ ରହିବେ।

ଉତ୍କଳ ବିଶ୍ୱବିଦ୍ୟାଳୟ – କୁଳପତି କିମ୍ବା ତାଙ୍କ ପ୍ରତିନିଧି

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ – ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ)

ସମ୍ବଲପୁର ବିଶ୍ୱବିଦ୍ୟାଳୟ – ପ୍ରଫେସର ଅଶୋକ କୁମାର ମହାପାତ୍ର (ଇଂରାଜୀ ବିଭାଗ)

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ – ପଦ୍ମନାଭ ସାହୁ (ସଭାପତି, ମୟୂରଭଞ୍ଜ ସାହିତ୍ୟ ପରିଷଦ)

ଫକୀରମୋହନ ବିଶ୍ୱବିଦ୍ୟାଳୟ – ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ)

ରେଭେନ୍ସା ବିଶ୍ୱବିଦ୍ୟାଳୟ – ଡକ୍ଟର ଉର୍ମିଶ୍ରୀ ବେଦମାତା

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ – ଡକ୍ଟର ନିରଞ୍ଜନ କର (ଭାରପ୍ରାପ୍ତ ନିର୍ଦ୍ଦେଶକ)

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ – ଶିବ ପ୍ରସାଦ ତ୍ରିପାଠୀ

ଏହାଛଡ଼ା ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ପକ୍ଷରୁ ଓଡ଼ିଆ ସାହିତ୍ୟର ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ମଧ୍ୟ ରହିବେ।

Comment