ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଚଳିତବର୍ଷ କରୋନା ଯୋଗୁଁ ପିଲାଙ୍କ ବାର୍ଷିକ ପାଠ୍ୟକ୍ରମ ହ୍ରାସ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବେ ସ୍କୁଲ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। ତେବେ କେତେ ପାଠ୍ୟକ୍ରମ ହ୍ରାସ ହେବ ତାହା ଆଗୁଆ ଜଣାଇ ଦିଆଯିବ।CGU newପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ ନିଷ୍ପତ୍ତି ଏସ୍‌ସିଇଆର୍‌ଟି ବିଶେଷଜ୍ଞ କମିଟି ନେବେ। ସେହିପରି ଯୁକ୍ତ ଦୁଇ ପିଲାଙ୍କ ପାଠ୍ୟକ୍ରମ କେତେ ହ୍ରାସ ପାଇବ ସେ ନିଷ୍ପତ୍ତି ସିଏଚ୍‌ଏସ୍‌ଇ ନେବ। ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷାବର୍ଷ ବାକି ଅଛି ସେହି ଆଧାରରେ ବିଶେଷଜ୍ଞ କମିଟି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment