ଓଡିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ବିଖ୍ୟାତ ଲୋକଗୀତ ‘ରଙ୍ଗବତୀ’ ନାଁରେ ନାମିତ ହେଲା ଗାଁ। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟ ରାଜସ୍ଵ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଲୋକପ୍ରିୟ ସଙ୍ଗୀତ ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁର ନାମ ହେଉଛି ବିଲୁଙ୍ଗ। ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଏହି ଗାଁରେ ମିତ୍ରଭାନୁ ପ୍ରସିଦ୍ଧ ରଙ୍ଗବତୀ ଗୀତ ଲେଖିଥିଲେ। ଏହି ଗୀତ ସୀମା ସରହଦ ଡେଇଁ ସାରା ବିଶ୍ଵରେ ପ୍ରଶଂସା ଲାଭ କରିଛି। ତେଣୁ ୨୦୦୪ ମସିହାରୁ ଗୀତିକାରଙ୍କ ଗ୍ରାମକୁ ରଙ୍ଗବତୀ ନାମରେ ନାମିତ କରିବାକୁ ଦାବି କରାଯାଉଥିଲା। ଏହାପରେ ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରୁ ଏନ୍‌ଓସି ମିଳିବା ପରେ ବିଲୁଙ୍ଗ ଗାଁର ନାମ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଛି।CGU newବୁଧବାର ରାଜସ୍ଵ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମ୍ବଲପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏଥିସହ ଗୀତିକାର ମିତ୍ରଭାନୁ ଗୌନ୍ତିଆ ନିଜ ଗ୍ରାମବାସୀ, ଜିଲ୍ଲାବାସୀ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଗୀତର ଗାୟକ ଜିତେନ୍ଦ୍ର ହରିପାଲ ଖୁସି ବ୍ୟକ୍ତ କରିଛନ୍ତି।

Comment