ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି। ଆର୍‌ଏଚ୍‌ଜିରେ ଏହି ଥେରାପି ଆରମ୍ଭ କରାଯିବ ବୋଲି ଆଜି ମନ୍ତ୍ରୀପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଗତ ଜୁଲାଇ ୧୬ରୁ ଓଡ଼ିଶାରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କଟକ ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ହବ୍‌ ହୋଇଥିବା ବେଳେ ସମ୍‌, କିମ୍‌ସ ଏବଂ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଛି। ଏପଟେ ଗତ ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ଲାଜମା ଥେରାପି ଆରମ୍ଭ ହୋଇଛି।

CGU newଉପକୂଳ ଓ ଦକ୍ଷିଣ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ପ୍ଲାଜମା ଥେରାପି ଆରମ୍ଭ କରିବାକୁ ମନ୍ତ୍ରୀପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ରାଉରକେଲା କୋଭିଡ୍‌ କେୟାରରେ ଶଯ୍ୟା ସଂଖ୍ୟା ୭ ଶହରୁ ୧୬ ଶହକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି।

Comment