ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରାବଣ ଅଧା ହେଲା, ବର୍ଷାର ଦେଖାନାହିଁ। ୧୧ଟି ଜିଲ୍ଲାରେ ମରୁଡ଼ି ଆଶଙ୍କା।

ଶ୍ରାବଣ ମାସ ଆସିଲେ ଚାଷୀ ମୁହଁରେ ହସ ଫୁଟେ। ହେଲେ ଚଳିତ ଶ୍ରାବଣ ମାସ ଚାଷୀ ମନରେ ଦୁଃଖ ଦେଇଛି। ବର୍ଷ ନଥିବାରୁ ଜମିରେ ପାଣି ନାହିଁ। ଧାନ ବିଲ ଫାଟି ଆଁ କଲାଣି। ଫଳରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ମରୁଡ଼ି ଆଶଙ୍କା କରାଯାଉଛି।

ଏହି ୧୧ ଜିଲ୍ଲା ଭିତରେ ରହିଛି ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ସୁବର୍ଣ୍ଣପୁର। ଏହି ଜିଲ୍ଲାରେ ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି। ଏହିସବୁ ଜିଲ୍ଲାରେ ଧାନ ରୁଆପୋତା କାମ ଶେଷ ହୋଇଥିଲେ ମଧ୍ୟ ଜମିରେ ପାଣି ନଥିବାରୁ ମରୁଡ଼ି ଆଶଙ୍କା କରାଯାଉଛି।

CGU newପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଯାଜପୁରରେ ସ୍ଵାଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି। କଟକରେ ହାରାହାରି ୩୯ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୪୩ ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ପାଖାପାଖି ୩୮ ପ୍ରତିଶତ କମ୍ ବର୍ଷା ହୋଇଛି। ଏବର୍ଷ ମାତ୍ର ୨ଟି ଲଘୁଚାପ ହୋଇଥିବାରୁ ବର୍ଷାର ପରିମାଣ କମିଛି ବୋଲି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

କରୋନା ସଙ୍କଟ ଭିତରେ ମରୁଡ଼ି ଆଶଙ୍କା ବଢ଼ିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବଜେଟ କାଣ୍ଟଛାଣ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ଏପରିସ୍ଥଳେ କମ୍‌ ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି।

୨୦୧୮ରେ ୯ ଜିଲ୍ଲାର ୬୬ ବ୍ଲକରେ ସରକାର ମରୁଡ଼ି ଘୋଷଣା କରିଥିଲେ। ୨୦୧୭ରେ ମଧ୍ୟ ୧୫ ଜିଲ୍ଲାର ୭୦ଟି ବ୍ଲକକୁ ମରୁଡ଼ି ଘୋଷଣା କରାଯାଇଥିଲା। ଚଳିତ ବର୍ଷ କରୋନା ସଙ୍କଟ ଭିତରେ ମରୁଡ଼ି ଆଶଙ୍କା ସ୍ଥିତିକୁ ଆହୁରି ସଙ୍ଗୀନ କରିବ ବୋଲି କୁହାଯାଉଛି।

କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ରାଜ୍ୟ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଳକ୍‌ଡାଉନ୍‌ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଚାଷୀ ଫସଲ ଅମଳ କରିବାକୁ ଜମିକୁ ଯାଇପାରି ନଥିଲା। ଫଳରେ ଚାଷୀ କ୍ଷତି ସହିଥିଲା। ପନିପରିବା ଚାଷରେ କ୍ଷତି ସହିଥିବା ଚାଷୀ ଆଶା କରିଥିଲା ଯେ, ଏବର୍ଷ ଧାନ ଅମଳ ହେଲେ ଦି ପଇସା ପାଇବ। କିନ୍ତୁ ବର୍ଷା ନଥିାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଶ୍ରାବଣ ମାସ ଅଧା ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ବର୍ଷାର ଦେଖା ନାହିଁ। ଧାନ ଚାଷ ପାଇଁ ଯେତିକି ପାଣି ଦରକାର ୧୧ଟି ଜିଲ୍ଲାରେ ତାର ଅଭାବ ଦେଖାଦେଇଛି।

Comment