ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ଜଣ ବିଧାୟକଙ୍କ ପରେ ଏବେ ବିଧାନସଭାର ୫ କର୍ମଚାରୀ କରୋନା ଆକ୍ରାନ୍ତ।

ଓଡ଼ିଶା ବିଧାନସଭାରେ କରୋନା ମହାମାରୀ ପାଦ ଦେଇଛି। ୫ ଜଣ କର୍ମଚାରୀଙ୍କ ରିପୋର୍ଟ ଆଜି ପଜିଟିଭ୍‌ ଆସିବା ପରେ ବିଧାନସଭାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପୂର୍ବରୁ ୩ ଜଣ ବିଧାୟକ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

CGU newଏ ସମ୍ପର୍କରେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଗତ କିଛିଦିନ ତଳେ ବିଧାନସଭା କମିଟିର ଏକ ବୈଠକ ବସିଥିଲା। ଏଥିରେ ଯୋଗଦେଇଥିବା ଜଣେ ବିଧାୟକଙ୍କ ସ୍ୱାବ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସଂପୃକ୍ତ ବିଧାୟକ ଜଣଙ୍କ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ବୈଠକରେ ଯେଉଁମାନେ ଥିଲେ ସେମାନଙ୍କୁ କରୋନା ଟେଷ୍ଟିଂ ପାଇଁ କୁହାଯାଇଥିଲା। ସେମାନେ ଗତ ତିନି ଦିନ ତଳେ ନମୁନା ପରୀକ୍ଷା କରିଥିଲେ। ଆଜି ୫ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ଗତ ଏପ୍ରିଲ ମାସରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିବା ଜଣେ ବୃଦ୍ଧ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାବ୍‌ ଟେଷ୍ଟ ହେବା ପୂର୍ବରୁ ସେ ବିଧାନସଭା ଡିସ୍‌ପେନସାରୀକୁ ଯାଇ ଔଷଧ ଆଣିଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ବିଧାନସଭାର କିଛି କର୍ମଚାରୀ କ୍ୱାରେଣ୍ଟାଇନରେ ରହିଥିଲେ।

Comment