ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛି। କରୋନା ସଂକ୍ରମିତ ଅଞ୍ଚଳରୁ କୌଣସି ବସ୍‌ ଝାରସୁଗୁଡ଼ା ଜିଲ୍ଲାକୁ ଆସିବନି କି ଝାରସୁଗୁଡ଼ାରୁ କୌଣସି ବସ୍‌ ଏହି ଅଞ୍ଚଳକୁ ଯିବନି। ଗଞ୍ଜାମ ଜିଲ୍ଲା ସମେତ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଏବଂ ରାଉରକେଲାକୁ ବସ୍‌ ସେବା ବାତିଲ କରାଯାଇଛି। ଅନ୍ୟ ଆଦେଶ ନଆସିବା ଯାଏ ଏହା ବଳବତ୍ତର ରହିବ ବୋଲି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

CGU newଆଜି ଝାରସୁଗୁଡ଼ାରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରେ ୨୨, ଭଦ୍ରକରେ ୬୦, ଖୋର୍ଦ୍ଧାରୁ ୩୨୦, ଗଞ୍ଜାମରୁ ୭୩୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି କଟକଣା ଜାରି କରାଯାଇଛି।

ବସ୍‌ ଚାଲିଲେ ଲୋକମାନେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବେ। ଏଣୁ ସଂକ୍ରମଣ ସଂଖ୍ୟା ଅଧିକ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏହି କଟକଣା ଜାରି କରିଛି।

Comment