ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ସମୟରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ମହାରାଷ୍ଟ୍ରର ଏକ ଡାକ୍ତର ପରିବାରକୁ ହତାଶ ହେବାକୁ ପଡ଼ିଛି।

ଖବର ଅନୁଯାୟୀ ଶୁକ୍ରବାର ଦିନ ମହାରାଷ୍ଟ୍ରର ଏକ ପରିବାରର କିଛି ସଦସ୍ୟ ଦୁଇଟି କାରରେ ସିଂହଦ୍ୱାର ନିକଟରେ ପହଁଚିଲେ। ଏତେ ଏଣ୍ଟ୍ରି ପଏଣ୍ଟ ଓ ଚେକିଂ ବ୍ୟବସ୍ଥା ଥିବା ସତ୍ତ୍ୱେ ଏମାନେ କିପରି ରାସ୍ତାରେ ଗାଡ଼ି ନେଇ ଆସିପାରିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା।CGU new

ଭୁବନେଶ୍ୱର ବିମାନ ବନ୍ଦରରେ ସେମାନେ ପହଞ୍ଚିବା ପରେ ଦିନ ଗୋଟାଏ ବେଳେ  ଦୁଇଟି ଗାଡ଼ିରେ ପୁରୀରେ ଆସି ପହଞ୍ଚିଥିଲେ। ତାଙ୍କ ସହିତ ପୋଲିସ ଏସକର୍ଟ ମଧ୍ୟ ଥିଲା। ପୁରୀ ପୋଲିସ ଯେତେବେଳେ ତାଙ୍କୁ ପଚାରିଲେ ଡାକ୍ତର ଜଣକ କହିଲେ ଯେ ସେ ଏହି ଗସ୍ତ ପାଇଁ  ଅନୁମତି ଆଣିଛନ୍ତି। ତା’ପରେ ସେ ନିଜ ମୋବାଇଲରେ କାହା ସହିତ କଥା ହେଲେ। ସେହି ପ୍ରଭାବଶାଳୀ ଅଫିସରଙ୍କ କହିବା ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିଲା। କିନ୍ତୁ ସିଂହଦ୍ୱାର ନିକଟରେ ତାଙ୍କୁ ଅଟକାଇ ଦିଆଯାଇଥିଲା। ବାଧ୍ୟ ହୋଇ ସେମାନେ ପତିତପାବନଙ୍କଠାରେ ପ୍ରାର୍ଥନା ରଖି ସିଂହଦ୍ଵାର ନିକଟରୁ ଫେରି ଯାଇଥିଲେ।

କୋଭିଡ ସଂକ୍ରମଣ ପାଇଁ ମହାରାଷ୍ଟ୍ର ହଟସ୍ପଟ ହୋଇଥିବା ବେଳେ ଏହି ପରିବାରକୁ କେମିତି ଓଡିଶା ପୋଲିସ ପୁରୀ ଆସିବାକୁ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଯେତେବେଳେ ଏହି ଡ଼ାକ୍ତରଙ୍କ ପରିଚୟ ଜାଣିବା ପାଇଁ ଚାହିଁଥିଲେ ପୋଲିସ ଚୁପ ରହିଥିଲା।

Comment