ଓଡିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ବଲିଉଡ ଗ୍ୟାଙ୍ଗ ବୟାନକୁ ନେଇ କ’ଣ କହିଲେ ଏ ଆର୍‌ ରେହମାନ…

ବଲିଉଡରେ ପରିବାରବାଦକୁ ନେଇ ବିବାଦ ଲାଗିରହିଛି। ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ବିବାଦ ବଢ଼ିଛି। ଅନେକ ବଲିଉଡ ସେଲିବ୍ରିଟି ପରିବାରବାଦକୁ ନେଇ ନିଜର ଅନୁଭୂତି ବଖାଣୁଛନ୍ତି। ନିକଟରେ ବଲିଉଡ ସହିତ ଅନ୍ତର୍ଜାତୀୟ ସ୍ତରରେ ସଫଳତା ସାଉଁଟିଥିବା ସଙ୍ଗୀତଜ୍ଞ ଏ ଆର୍ ରେହମନଙ୍କ ବଲିଉଡ ଗ୍ୟାଙ୍ଗ ବୟାନ ପରେ ଏହି ବିବାଦ ଆହୁରି ତୀବ୍ର ରୂପ ଧାରଣ କରିଛି।

ଏ ଆର୍ ରେହମନ କହିଥିଲେ ଯେ ବଲିଉଡରେ ଏକ ଗ୍ୟାଙ୍ଗ ଅଛି ଯେ କି ତାଙ୍କୁ କ୍ଷତି ପହଞ୍ଚାଉଛି। କିନ୍ତୁ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି। ତେବେ ଏହି ବିବାଦ ପରେ ଏ ଆର୍ ରେହମନଙ୍କୁ ଟୁଇଟ୍‌ରୁ ଏହା ଜଣାପଡ଼ୁଛି ଯେ ସେ ବିବାଦକୁ ଆଉ ଆଗକୁ ବଢ଼ାଇବା ପାଇଁ ଚାହୁଁନାହାନ୍ତି।

ସେ ଡାଇରେକ୍ଟର ଶେଖର କପୁରଙ୍କ ଟୁଇଟ୍‌କୁ ରିଟୁଇଟ୍ କରି ଲେଖିଛନ୍ତି ଯେ, ହଜିଥିବା ପଇସା ଫେରି ଆସିପାରେ, ଯଶକୀର୍ତ୍ତି ଫେରି ଆସିପାରେ, କିନ୍ତୁ ଜୀବନର ମହତ୍ତ୍ଵପୂର୍ଣ୍ଣ ସମୟ କଦାପି ଫେରେନାହିଁ। ଶାନ୍ତି। ଚାଲନ୍ତୁ ଏହା ଆଗକୁ ବଢ଼ିବାର ସମୟ। ମୋ ପାଖରେ କରିବା ପାଇଁ ବହୁତ ଭଲ ଜିନିଷ ଅଛି।

ଶେଖର କପୁର ଟୁଇଟ୍‌ କରି ବଲିଉଡ ଉପରେ ଜବରଦସ୍ତ ଆରୋପ ଲଗାଇଥିଲେ। ସେ ଲେଖିଥିଲେ – ଏ ଆର୍‌ ରେହମନ, ତୁମକୁ ଜଣାଅଛି କି ତୁମର ଅସୁବିଧା କ’ଣ? ତୁମେ ଯାଇ ଆଓ୍ଵାର୍ଡ ଜିତି ଆସିଲ। ବଲିଉଡରେ ଓସ୍କାର କିସ୍ ଅଫ୍ ଡେଥ୍ ସହ ସମାନ। ଏହି ଆଓ୍ଵାର୍ଡ ପ୍ରମାଣ କରୁଛି ଯେ ତୁମେ ବହୁତ ପ୍ରତିଭାଶାଳୀ ଯାହାକୁ ବଲିଉଡ ବରଦାସ୍ତ କରିପାରୁନି।

Comment