ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

WhatsApp Image 2020-06-16 at 12.02.10 PM

ଜଣେ ଯୁବ ସଫଳ ପ୍ରତିଭାକୁ ହରାଇ ସାରା ଦେଶ ଏବେ ଶୁନ୍ ପଡ଼ିଯାଇଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଖବରକୁ ଏବେ ବି କେହି ସହଜେ ବିଶ୍ୱାସ କରିପାରୁନାହାନ୍ତି। ଏମିତି କେଉଁ କାରଣ ଥିଲା ଯାହା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା, ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି।

kangna

ତେବେ ନିକଟରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଭିଡିଓ ଜାରି କରିଥିଲେ ଯାହା ଏବେ ବେଶ୍ ଚର୍ଚ୍ଚାରେ। ଏହି ଭିଡିଓ ଜରିଆରେ ସେ ବଲିଉଡରେ ଚାଲିଥିବା ନେପୋଟିଜିମ୍ ତଥା ଆତ୍ମୀୟ ଗୋଷ୍ଠୀଙ୍କ ରାଜକୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ବୋଲି ଦର୍ଶାଇଛନ୍ତି। ବଲିଉଡରେ ଚାଲିଥିବା ପରିବାରବାଦର ଶିକାର ହେଇଛନ୍ତି ସୁଶାନ୍ତ ସିଂ ରାଜପୁତ ବୋଲି ସେ କହିଛନ୍ତି। ସେ କହିବା ଅନୁସାରେ ସୁଶାନ୍ତଙ୍କ କାହା ଆଗରେ ମୁଣ୍ଡ ନ ନୁଆଁଇବା ଗୁଣ ବହୁତ ଲୋକଙ୍କ ଚିନ୍ତାର କାରଣ ଥିଲା। ଏବଂ ଏଥିପାଇଁ ତାଙ୍କ ଫିଲ୍ମ କ୍ୟାରିୟର ବହୁତ ବାଧା ବିଘ୍ନ ମଧ୍ୟ ଆସୁଥିଲା।

vivek

ପରେ ବିବେକ ଓବରୟ ମଧ୍ୟ ଏନେଇ ନିଜ ମନ୍ତବ୍ୟ ଦେଇଥିଲେ। ସିନେଜଗତରେ ପରସ୍ପର ପ୍ରତି ଥିବା ଘୃଣାଭାବ କମ କରିବାକୁ ଅନୁରୋଧ କରିବା ସହ ବଲିଉଡକୁ ସତରେ ଏକ ପରିବାର ଭଳି ରହିବାକୁ ହେବ ବୋଲି କହିଥିଲେ।

rabina tondon

ସେହିପରି ରବିନା ଟଣ୍ଡନ ମଧ୍ୟ ବଲିଉଡରେ ଚାଲିଥିବା ନେପୋଟିଜିମ୍ ବିଷୟରେ ଟ୍ୱିଟ୍ କରିଛନ୍ତି। କିପରି ହିରୋ ଏବଂ ତାଙ୍କ ବାନ୍ଧବୀଙ୍କ ରାଜ୍ ଚାଲିଥାଏ ଏବଂ ସେମାନଙ୍କ କାରଣରୁ ପାଖରେ ଥିବା ଫିଲ୍ମରୁ ହାତଛଡ଼ା କରିବାକୁ ପଡ଼େ ସେ ବିଷୟରେ କହିଛନ୍ତି।

koina mitra

ପରେ କୋଏନା ମିତ୍ରା ମଧ୍ୟ ବଲିଉଡରେ ବିବେକ ଓବରୟଙ୍କ ସହ ହୋଇଥିବା ଅନ୍ୟାୟ ବିଷୟରେ ସ୍ୱର ଉଠାଇ କହିଛନ୍ତି “ବଲିଉଡରେ ଏପରି ଅନେକ ବିବେକ ଅଛନ୍ତି ଯେଉଁମାନଙ୍କ ପାଖରୁ ସୁଯୋଗ ଛଡ଼େଇ ନିଆଯାଇଛି। କିନ୍ତୁ ବିବେକ ସମ୍ଭାଳିଦେଲେ ବୋଲି ସମସ୍ତେ ପାରିବେନି।“

Comment