ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟରେ ଆରମ୍ଭ ହୋବକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ଏହାକୁ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ତେବେ ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବକୁ ରଙ୍ଗିନ କରିବା ପାଇଁ ଓସ୍କାର ବିଜେତା ଏ ଆର୍ ରେହମାନ ଆସୁଛନ୍ତି। ସେ ଉଦଘାଟନୀ ସଙ୍ଗୀତ ପରିବେଷଣ କରିବେ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସୂଚନା ଦେଇଛନ୍ତି।

ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ସହ ମିଶି ଏ ଆର ରେହମାନ ହକି ବିଶ୍ୱକପ୍ ପାଇଁ ଉଦଘାଟନୀ ସଙ୍ଗୀତ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଓଡ଼ିଶାରେ ସେ ଲାଇଭ୍‌ ପରଫରମାନ୍ସ କରବାକୁ ଥିବାରୁ ହକି ପ୍ରେମୀମାନଙ୍କ ମନରେ ଉତ୍ସାହ ଭରି ଯାଇଛି।

ନିଜ ସଙ୍ଗୀତର ଯାଦୁରେ ଶ୍ରେତାଙ୍କୁ ଝୁମାଇଥିବା ଏ ଆର୍ ରେହମାନ ଦୁଇ ଦୁଇ ଥର ଓସ୍କାର ପୁରସ୍କାର ପାଇଛନ୍ତି।

ହକି ବିଶ୍ୱକପ୍ ପାଇଁ ଉଦଘାଟନୀ ସଙ୍ଗୀତ ପ୍ରସ୍ତୁତ କରୁଥିବା ବିଶିଷ୍ଟ ଗୀତିକାର ଗୁଲଜାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହାଛଡ଼ା ଦାଦା ସାହେବ ଫାଲ୍‌କେ ପୁରସ୍କାର ମଧ୍ୟ ପାଇଛନ୍ତି ସେ।

ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ। ୨୭ ତାରିଖ ଦିନ ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ ହିଁ ଏ ଆର୍ ରେହମାନ ସଙ୍ଗୀତ ପରିବେଷଣ କରିବେ।

Comment