ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ

babita-2

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଖବର ଏବେ ସଂପୂର୍ଣ୍ଣ ବି-ଟାଉନରେ ଝଡ଼ ସୃଷ୍ଟି କରିସାରିଛି। ତାଙ୍କ ମୃତ୍ୟୁ ପାଇଁ ବଲିଉଡରେ ଚାଲିଥିବା ନେପୋଟିଜିମକୁ ଦାୟୀ କରୁଛନ୍ତି ଅନେକ କଳାକାର। ଏନେଇ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବଲିଉଡରେ ଚାଲିଥିବା ପରିବାରବାଦକୁ ଅସଲ କାରଣ ବୋଲି ଦର୍ଶାଇଥିଲେ।

ପୂର୍ବରୁ ମଧ୍ୟ କଙ୍ଗନା ଏହି ବିଷୟରେ ସୁୱର ଉତ୍ତୋଳନ କରିଛନ୍ତି। ବଲିଉଡରେ ଏକ ଆତ୍ମୀୟ ଗୋଷ୍ଠୀ ନିଜର ରାଜୁତି ଚଲାଇବା ସହ ଇଣ୍ଟଷ୍ଟ୍ରୀ ବାହାରୁ ଆସିଥିବା କଳାକାରଙ୍କୁ ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ ବୋଲି କହିଛନ୍ତି କଙ୍ଗନା। କଙ୍ଗନାଙ୍କ ଏହି ମନ୍ତବ୍ୟକୁ ବଲିଉଡ ଅନ୍ୟ କେତେକ କଳାକାର ସମର୍ଥନ ମଧ୍ୟ କରିବାର ଦେଖିବାକୁ ମିଳିଛି। ତେବେ ରେସଲର ବବିତା ଫୋଗଟ ନିକଟରେ କଙ୍ଗନାଙ୍କୁ ସମର୍ଥମ ଜଣାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ନିଜର କିଛି ମନ୍ତବ୍ୟ ରଖିଥିଲେ।

kangna-1

ସେ କହିଥିଲେ, “ମତେ କଙ୍ଗନାଙ୍କ କଥା ବହୁତ ମାତ୍ରାରେ ଠିକ୍ ଲାଗିଲା, ଯେଉଁ କଳାକାରମାନେ ଛୋଟ ସହରରୁ ଆସିଥାନ୍ତି ସେମାନଙ୍କ ସହ ବଲିଉଡରେ ବହୁତ ଭେଦଭାବ ହୁଏ। ଏଠାରେ ପରିବାରବାଦ ହିଁ ସବୁଠୁ ବଡ଼ ରୋଗ ଯାହାକୁ ମୁଁ ମଧ୍ୟ ଅତି ନିକଟରୁ ଦେଖିଛି”। ଏହା ପରେ ସେ କହିଥିଲେ “ବର୍ତ୍ତମାନ ସମୟ ଆସିଯାଇଛି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏହି ପରିବାରଙ୍କ ରାଜ୍ କବଳରୁ ବାହାର କରିବାର। ସମସ୍ତ ଦେଶବାସୀ ନେପୋଟିଜିମ କରୁଥିବା ଏହିଲୋକମାନଙ୍କ ଫିଲ୍ମକୁ ବୟକଟ କରନ୍ତୁ ନହେଲେ ଛୋଟ ସହରରୁ ଆସୁଥିବା ଅନେକ କଳାକାରଙ୍କୁ ଏହିପରି ନିଜ ଜୀବନ ଦେବାକୁ ହେବ।”

babita hogat-2

ପରେ ସେ ବଲିଉଡର ଗଡ୍ ଫାଦର କୁହାଯାଉଥିବା କରଣ ଜୋହରଙ୍କୁ ଟାର୍ଗେଟ କରି କହିଥିଲେ “କିଏ ଏହି କରଣ ଜୋହର? ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏପରି ବିଶୃଙ୍ଖଳା ଖେଳେଇ ରଖିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ତାକୁ ଜବାବ କ’ଣ ପାଇଁ ଦେଉନାହିଁ, କେବଳ କଙ୍ଗନା ରଣାଓ୍ୱତ ହିଁ ଯିଏ ତାଙ୍କୁ ଜବାବ ଦିଅନ୍ତି। ଏହି ଗ୍ୟାଙ୍ଗର ସମସ୍ତ ଫିଲ୍ମକୁ ବୟକଟ କରାଯାଉ”।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଅସ୍ଥିରତା ଦେଖାଦେଇଛି। ଏଭଳି ଏକ ପ୍ରତିଭାର ହଠାତ୍ ଅନ୍ତକୁ କେହି ଗ୍ରହଣ କରିପାରୁନାହାନ୍ତି। ବଲିଉଡରେ ଚାଲିଥିବା ନେପୋଟିଜିମ୍ ବିଷୟରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ଅନ୍ୟ କଳାକାର।

Comment