ଓଡ଼ିଶାଲାଇଭ୍ ବ୍ୟୁରୋ

rafale fighters

ଫ୍ରାନ୍ସର ମେରିଗ୍ନାକରୁ ଆସନ୍ତା କାଲି ଭାରତ ଅଭିମୁଖେ ଉଡ଼ାଣ ଭରିବ ପାଞ୍ଚୋଟି ରୋଫେଲ ଯୁଦ୍ଧ ବିମାନ। ଭାରତରେ ଏହା ବୁଧବାର ପହଞ୍ଚିବ ବୋଲି ସୂଚନା ଜାରି କରିଛି ଭାରତୀୟ ବାୟୁସେନା। ତେବେ ଗୋଟିଏ ସପ୍ତାହ ମଧ୍ୟରେ ଏହି ବିମାନ କାର୍ଯ୍ୟକାରୀ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି।

ଲଦାଖରେ ଲାଗି ରହିଥିବା ଭାରତ-ଚୀନ ସୀମା ବିବାଦକୁ ଦୃଷ୍ଟିରେ ରଖି ଏହି ଯୁଦ୍ଧ ବିମାନକୁ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯାଇପାରେ। ତେବେ ଏନେଇ ୧୨ ଜଣ ଭାରତୀୟ ବାୟୁସେନା ପାଇଲଟଙ୍କୁ ସଂପୂର୍ଣ୍ଣ ତାଲିମ ଦିଆଯାଇଛି। ଏହି ରାଫେଲ ଯୁଦ୍ଧ ବିମାନଟି ‘ଗେମ୍ ଚେଞ୍ଜର’ ହୋଇପାରେ ବୋଲି ସୂଚନା ଦେଇଛି ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ।

rafale fighter

ସାଧାରଣତଃ ଏହି ବିମାନ କାର୍ଯ୍ୟକାରୀ ହେବା ପାଇଁ ଛଅ ମାସ ସମୟ ଲାଗିଥାଏ କିନ୍ତୁ ବର୍ତ୍ତମାନ ପରିସ୍ଥିତି ଆଉ ସାଧାରଣ ନାହିଁ। ଏହାର ପାଇଲଟମାନେ ବର୍ତ୍ତମାନ ଟ୍ରେନିଂ ମୋଡରେ ଥିଲେ ମଧ୍ୟ ସେମାନଙ୍କୁ ଯୁଦ୍ଧ ତାଲିମ ଏବଂ ବିମାନ ଉଡ଼ାଣ ଉଭୟରେ ଅଭ୍ୟସ୍ତ ହେବାକୁ ପଡ଼ିବ ବୋଲି ସୂଚନା ମିଳିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧ ବିମାନର କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।

Comment