ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ଲାଜମା ବ୍ୟାଙ୍କ। ମଙ୍ଗଳବାର ଭିଡିଓ କନଫରେନସିଂ ଜରିଆରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ପ୍ଲାଜମା ଦାତାଙ୍କ ପାଇଁ ଏକ ଓ୍ୱେବ ପୋର୍ଟାଲର ଉଦଘାଟନ ମଧ୍ୟ କରିଛନ୍ତି। ଏହି ପୋର୍ଟାଲରେ ପ୍ଲାଜମା ଦାତାଙ୍କ ତଥ୍ୟ ରହିବ।

ଆସନ୍ତାକାଲି ରାଉରକେଲା ଆଇଜିଏଚରେ‌ ପ୍ଲାଜମା ବ୍ୟାଙ୍କର ଉଦଘାଟନ ହେବ ବୋଲି ସୂଚନା ମିଳିଛି। ଏହାଛଡ଼ା ବ୍ରହ୍ମପୁର ଏମକେସିଜି, ବୁର୍ଲା ଭିମସାରରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ହେବ।

ଜୁଲାଇ ୧୫ରେ ରାଜ୍ୟରେ ପ୍ରଥମ ପ୍ଲାଜମା ବ୍ୟାଙ୍କ କଟକ ଏସ୍‌ସିବି ମେଡିକାଲରେ ଆରମ୍ଭ ହୋଇଥିଲା। କଟକର ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ ପ୍ରଥମ ପ୍ଲାଜମା ଦିଆଯାଇଥିଲା। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

ପ୍ଲାଜମା ଥେରାପିରେ ସଫଳତା ମିଳୁଥିବାରୁ ଏହି ପ୍ଲାଜମା ବ୍ୟାଙ୍କ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comment