ଓଡିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଏକତା ମାର୍କେଟ ଓ କଚେରି ବଜାରକୁ ୭୨ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ପୌର ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ପୌର ପରିଷଦର ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ସଟ୍ଡାଉନ୍ ଘୋଷଣା କରାଯାଇଛି। ୨୯ ଜୁଲାଇ ସକାଳ ୫ଟାରୁ ୧ ଅଗଷ୍ଟ ସକାଳ ୫ଟା ପର୍ଯ୍ୟନ୍ତ ଭଦ୍ରକର ଏକତା ମାର୍କେଟ ଏବଂ କଚେରି ବଜାର ସଟ୍ଡାଉନ୍ ରହିବ ବୋଲି ସୂଚନା ମିଳିଛି।
ଭଦ୍ରକରୁ ବର୍ତ୍ତମାନ ସୁଦ୍ଧା ୫୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୪୮ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୯୮ ଜଣ ଚିକିତ୍ସାଧୀନ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

















