ଓଡ଼ିଶାଲାଇଭ୍‌ ବ୍ୟୁରୋCORONA POSITIVE

କଟକ ଜିଲ୍ଲାରୁ ଆଜି ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ସିଏମସି ଅଞ୍ଚଳରୁ ୫୧ ଜଣ ଅଛନ୍ତି। ଏନେଇ ସିଏମସି ଟୁଇଟ କରି ସୂଚନା ଦେଇଛି।

କଟକ ସହରରୁ ଚିହ୍ନଟ ହୋଇଥିବା ୫୧ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୦ ଓ ୧୧ ଲୋକାଲ କେସ୍‌ ରହିଛି। ଏଥିସହ କଟକ ସହରରୁ ୬ ଜଣ ସୁସ୍ଥ ହୋଇଛନ୍ତି।

କଟକ ସହରରେ ଏବେ ସୁଦ୍ଧା ମୋଟ ୮୮୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୭ ଜଣ ସୁସ୍ଥ ହୋଇଥିଲା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୫୪୫ କେସ୍‌ ଆକ୍ଟିଭ ରହିଛି।

Comment