ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା କମିଛି। ବିଭିନ୍ନ କଟକଣା ଯୋଗୁଁ ଏହା ସମ୍ଭବ ହୋଇପାରିଛି। କଟକଣା ଆଗକୁ ବି ରହିବ। ଗଞ୍ଜାମ ଜିଲ୍ଲାରେ ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ। ବ୍ରହ୍ମପୁରରରେ ମଧ୍ୟ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିବ। ଗଞ୍ଜାମରେ କରୋନା ସ୍ଥିତି ନେଇ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଜିଲ୍ଲାରେ ସକାଳ ୫ଟାରୁ  ଅପେରାହ୍‌ଣ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ  ମାନିବେ, ମାସ୍କ ପିନ୍ଧିବେ। ଦୋକାନ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ। ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏଥିସହ ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ। ମୁହଁରେ ମାସ୍କ ନବାନ୍ଧିଲେ ଜରିମାନା ଆଦାୟ କରାଯିବ।

‘‘ଗଞ୍ଜାମରେ ଏବେ ଡୋର୍‌ ଟୁ ଡୋର୍‌ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଲକଡାଉନ ଓ ଅନ୍ୟାନ୍ୟ କଟକଣା ଯୋଗୁଁ ସଂକ୍ରମଣ କମିଛି। ଅଗଷ୍ଟ ମାସରେ ଆହୁରି ସତର୍କ ରହିବାକୁ ପଡ଼ିବ’’, କହିଛନ୍ତି ଜିଲ୍ଲାପାଳ।

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍‌ କରିଛି। ମୃତ୍ୟୁସଂଖ୍ୟା ୯୯ରେ ପହଞ୍ଚିଛି।

Comment