ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ପୁଣି ମୋ’ ବସ୍‌ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟ୍‌ରେ କେବଳ ନନ୍‌-ଏସି ବସ୍‌ ଚଳାଚଳ କରିବ। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଏବଂ ୩୩ରେ ଏହି ବସ୍‌ ଚଳାଚଳ କରିବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ବସ୍‌ ଚାଲିବ। ଅଗଷ୍ଟ ମାସରେ ଯେଉଁ ସପ୍ତାହନ୍ତ ସଟ୍‌ଡାଉନ୍‌ ଲାଗୁ କରାଯାଇଛି ସେ ସମୟରେ ବସ୍‌ ଚଳାଚଳ ବନ୍ଦ ରହିବ।

ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ଲାଗୁ ହେବା ଦିନରୁ ବସ୍‌ ଚଳାଚଳ ବନ୍ଦ ରହିଥିଲା। ମୋ’ ମସ୍‌ ସେବା ବି ବନ୍ଦ ରହିଥିଲା। ଜୁନ୍‌ ମାସରୁ ଲକ୍‌ଡାଉନ୍‌ ହଟିବା ପରେ ମୋ’ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା। ହେଲେ ଗତ ଜୁଲାଇ ୧୫ରେ ରାଜ୍ୟ ସରକାର ୪ଟି ଓ ଗୋଟିଏ ମହାନଗର ନିଗମକୁ ଲକ୍‌ଡାଉନ୍‌ କରିବାକୁ ମୋ’ ବସ୍‌ ସେବା ବନ୍ଦ ରହିଥିଲା। ଏବେ ଲକ୍‌ଡାଉନ୍‌ ହଟି ଯାଇଥିବାରୁ ମୋ’ ବସ୍‌ ଚଳାଚଳ କରିବ।

Comment