ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ପାଇଁ ମାସ ମାସ ଧରି ଗୁପ୍‌ଚାପ୍‌, ଚାଟ, ଏମିତି କିଛି ଖାଦ୍ୟ ବିକ୍ରୟକାରୀଙ୍କ ବେପାର ବନ୍ଦ ରହିଛି। ଫଳରେ ସେମାନଙ୍କ ଜୀବନ ଜୀବିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏବେ କିନ୍ତୁ ରାଜଧାନୀ ଭୂବନେଶ୍ୱରରେ ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ଼ ଠେଲା ଦୋକାନୀ ସେମାନଙ୍କ ବ୍ୟବସାୟ ଆରମ୍ଭ କରିପାରିବେ।

ମାତ୍ର ସେମାନଙ୍କୁ କିଛିଟା କଟକଣା ମାନିବାକୁ ପଡ଼ିବ। ସେମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଆଣିଛି ଗାଇଡଲାଇନ। ଗାଇଡଲାଇନ ଅନୁସାରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଲୋକେ ବସିକି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେଇପାରିବେ।

ରାସ୍ତାକଡ଼ରେ ଥିବା ଢାବା ମଧ୍ୟ କେବଳ  ପାର୍ସଲ ଦେଇପାରିବ। ସେହିପରି ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ୍‌, ଚାଟବାଲା, ଚା’, ଲସି, ଜୁସ୍‌ ଦୋକାନୀ ମଧ୍ୟ କେବଳ ପାର୍ସ ଦେବେ।

ଗାଇଡଲାଇନ ନମାନିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comment